ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ସ୍ଥିତ ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ପଣ୍ଡିତ ଜବାହର ଲାଲ୍ ନେହେରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ ପାଳିତ ହୋଇ ଯାଇଛି। ଅଧ୍ୟକ୍ଷ ଅମର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଇଂ ପ୍ରିୟବ୍ରତ ସିପକା ମୁଖ୍ୟ ଅତିଥି ଓ ସମ୍ପାଦକ ରୋହିତ ତାଣ୍ଡି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମବେତ ଛାତ୍ର ଛାତ୍ରୀମାନଙ୍କୁ ମନ ଦେଇ ପାଠ ପଢିବା ସହ ଜୀବନରେ ଭଲ ମଣିଷ ହେବାକୁ ଆହ୍ୱାନ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବିରେନ୍ଦ୍ର ସେନାପତି, ଲକ୍ଷ ରାଉତ, ଶମ୍ଭୁନାଥ ମେହେର, ଦେବେନ୍ଦ୍ର ନାଏକ, ରାଜେଶ ସା, ଦେବାଶିଷ ତେଜି, ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା, ସନ୍ଧ୍ୟାରାଣୀ ଖମାରୀ, ସସ୍ମିତା ସାଗର, ଗୀତାଞ୍ଜଳି ବଳ ତଥା ଅଣ ଶିକ୍ଷକ କର୍ମଚାରୀ ନରୋତ୍ତମ ଭାଟି ଓ ହର୍ଶବତି ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଉପାଧ୍ୟକ୍ଷା ଅଳକା କେଶରୀ ଧନ୍ୟବାଦ ଅର୍ପଣ କରିଥିଲେ।