ମଧୁପୁରଠାରେ ବ୍ଲକସ୍ତରୀୟ ସର୍ଗିଫୁଲ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ସେସବୁ ଲୋକଲୋଚନକୁ ଆଣିବା ପାଇଁ ସର୍ଗିଫୁଲ ମହୋତ୍ସବର ପରିକଳ୍ପନା କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସ୍କୁଲ ସ୍ତରରେ ନିଜ ନିଜର ପ୍ରତିଭାର ବିକାଶ କରିବାକୁ ସୁଯୋଗ ପାଇପାରୁଛନ୍ତି ବୋଲି ଲାଞ୍ଜିଗଡ଼ ବ୍ଲକ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ସର୍ଗିଫୁଲ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଶିଷ୍ଟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ରାଜେଶ କୁମାର ମହାରଣା, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାରସିଂହ, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ସମିତିସଭ୍ୟା ସୁଚିତ୍ରା ମାଝୀ, ବାଣିପଙ୍ଗା ସ୍କୁଲର ପ୍ରଧାନଶିକ୍ଷକ ବସନ୍ତ କୁମାର ମାଝୀ, କାଉଗୁଡା ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ଦୋରା, ମଧୁପୁର ସେବାଶ୍ରମର ପ୍ରଧାନ ଶିକ୍ଷକ ଗିରିଧାରୀ ବାରିକ, ଲାଞ୍ଜିଗଡ ଏସ୍‌ଏସ୍‌ଡି ହାଇସ୍କୁଲର ପ୍ରଧାନଶିକ୍ଷକ ପାର୍ଥବ ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବେ ପ୍ରମୋଦ ପରିଡା ଓ ଲକ୍ଷ୍ମଣ ବାଗ ଦାୟିତ୍ୱ ତୁଲାଇଥିବାବେଳେ ଅନ୍ୟାନ୍ୟ ବିଭାଗର ବିଚାରକ ଭାବେ ସିଆର୍‌ସିସି ତପନ କୁମାର ଭୋଇ, ଶିକ୍ଷକ ନରେନ୍ଦ୍ର ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଦାୟିତ୍ୱ ତୁଲାଇଥିଲେ ।

Udyog Nursery
Udyogi Nursery

ମଧୁପୁର ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ତିନିଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଶିକ୍ଷକ ପାର୍ଥ ଶବର ଓ ସୋନାଲିକା ପାଢୀ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ସତ୍ୟବାଦୀ ନାଏକ, ନମିତା ମାଝୀ, ସସ୍ମିତା ସାହୁ, ଟାମସେନ ଭୋଇ, ସୁଧାଂଶୁଶେଖର ସାସମଲ, ସାରିକା ପଣ୍ଡା, ବସନ୍ତ ପାଣ୍ଡେ, ଦିଲିପ ସାହୁ, କୋକିଳ ଶବର, ପ୍ରେମାନନ୍ଦ ବେଶ୍ରା ପ୍ରମୁଖଙ୍କ ସମେତ ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ସହିତ ସମ୍ବର୍ଦ୍ଧିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.