ଦୁର୍ଗମ ଗମ୍ଭାରୀଘାଟିରେ ପୁଲିସର ଜନସଂପର୍କ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ପୁଲିସ ପକ୍ଷରୁ ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଞ୍ଚାୟତ ଗମ୍ଭାରୀଘାଟିଠାରେ ଏକ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସର୍ଜେଣ୍ଟ ଖଗେଶ୍ୱର ବିଶ୍ୱାଳ, ଡେପୁଟି ସୁବେଦାର ସମୀର ଖାଲକୋ, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଟଙ୍କଧର ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମର୍ଦ୍ଧା, ଭୁର୍ଟିଗଡ, କଦମ୍ବଗୁଡା, ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତ ଅଞ୍ଚଳର ପାଞ୍ଚଶହରୁ ଅଧିକ ଛାତ୍ରଛାତ୍ରୀ, ପୁରୁଷ ଓ ମହିଳା ପୁରଷ ସାମିଲ ହୋଇଥିଲେ । ଏହି ଅବସରରେ ଯୁବ ଗାଳ୍ପିକ ଯତୀନ କୁମାର ପ୍ରଧାନଙ୍କ ଲିଖିତ ଓ ନିର୍ଦ୍ଦେଶିତ କ୍ଷୁଦ୍ର ନାଟିକା ବୋଝ ପ୍ରଦର୍ଶିତ ହୋଇ ବେଶ୍ ଲୋକପ୍ରିୟତା ସାଉଁଟିଥିଲା । ଏଥିରେ କୁମାର ଦ୍ରୋଣ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ କଳାହାଣ୍ଡି ପୁଲିସ ପକ୍ଷରୁ ପରିବେଶିତ ଏହି ନାଟିକାକୁ ନେଇ ଲୋକେ ବେଶ୍ ଉତ୍ସାହିତ ହୋଇ ପଡିଥିଲେ । ଏହି ଅବସରରେ ଗୋକୁଳ ସାହୁ ଓ ବିଶ୍ୱନାଥ ମହଲାଙ୍କ ସମେତ ନର୍ଲା ଓ ସିକେରକୁପା ପୁଲିସ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.