ପ୍ରାକୃତିକ ଜଳ ଉତ୍ସ ବଞ୍ଚିଲେ ଯାଇ ମାନବ ସଭ୍ୟତା ବଞ୍ଚିବ -ପ୍ରଫୁଲ୍ଲ ସାମନ୍ତରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ଜଳର ଅନ୍ୟ ନାମ ଜୀବନ, ଜଳ ବିନା ଜୀବନ ଦୁର୍ବିସହ। ତେବେ ଦିନକୁ ଦିନ ଖଣି ଖନନ ପାଇଁ ଜଳ ଉତ୍ସ ଶୁସ୍କ ହେବାରେ ଲାଗିଛି। ଗଭିର ନଳକୂପ ପାଇଁ ଭୁତଳର ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ନଷ୍ଟ ହେଉଛି ଜଙ୍ଗଲର ସବୁଜିମା। ସୃଷ୍ଟି ହେଉଛି କଂକ୍ରିଟ ଜଙ୍ଗଲ। ଯାହା ଆଗାମୀ  ଦିନରେ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରୁଛି। ଏମିତି ରିତିମତ ଖଣି ଖନନ ଯୋଗୁଁ ଅନେକ ପ୍ରାକୃତିକ ଜଳ ଉତ୍ସ ଝରଣା ସବୁ ଶୁଖି ମୃତ୍ୟୁ ବରଣ କରି ସାରିଲାଣି। ପୁଣି ଯଦି ବିକାଶ ନାଁରେ ଖଣି ଖନନ ଓ ପ୍ରକୃତିକ ଜଙ୍ଗଲକୁ ନଷ୍ଟ କରି ଏମିତି ବିନାଶ କରାଯାଏ। ତେବେ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି ହେବ। ପ୍ରାକୃତିକ ଜଳ ଉତ୍ସ ବଞ୍ଚିଲେ ଯାଇ ମାନବ ସଭ୍ୟତା ବଞ୍ଚିବ ବୋଲି ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ କୁମାର ସାମନ୍ତରା କଳାହାଣ୍ଡିର ଇନ୍ଦ୍ରାବତୀ ଉଦଗମ ସ୍ଥଳ ଓ ନାଗାବଳୀ ଏବଂ କଳାହାଣ୍ଡି ଦେଇ ପ୍ରବାହିତ ଅନ୍ୟ ନଦୀର ପ୍ରାକୃତିକ ଜଳ ଉତ୍ସ ସବୁର ପରିଦର୍ଶନ କରି  ମତବ୍ୟକ୍ତ କରିଛନ୍ତି।
ଲୋକଶକ୍ତି ଅଭିଯାନ ଏବଂ ଏନ.ଏ.ପି.ଏମ. ଓଡିଶା ତରଫରୁ ଆରମ୍ଭ ହେଇଛି ନଦୀ ଓ ଜଳ ଉତ୍ସ ବଞ୍ଚାଅ ଅଭିଯାନ। ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ଶ୍ରୀ ସାମନ୍ତରାଙ୍କ ସମେତ ପ୍ରକୃତି ଗବେଷିକା ଡ. ବ୍ରତନ୍ଦୀ ଜେନା, ନୀୟମଗିରୀ ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ ଏବଂ କର୍ଲାପାଟ ଓ ଖଣ୍ଡୁଆଳ ମାଳି ସୁରକ୍ଷାର ନେତା କାର୍ତ୍ତିକ ମାଝୀ ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇ ଥୁଆମୁଳ ରାମପୁର ଆଞ୍ଚଳର ବିଭିନ୍ନ ପ୍ରାକୃତିକ ଜଳ ଉତ୍ସ ସବୁ ପରିଦର୍ଶନ କରି ଜଳ ଉତ୍ସ ସବୁ ଶୁଖିଯାଉଥିବାରୁ ଚିନ୍ତା ପ୍ରକଟ କରିବା ସହ ତା’ର ସୁରକ୍ଷା ନେଇ ଆଲୋଚନା କରିଥିଲେ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.