ମା’ ମଙ୍ଗଳାଙ୍କ ଦଶରା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର ବିରିମୁହାଣ ଗ୍ରାମରେ ମା’ ମଙ୍ଗଳାଙ୍କ ବାର୍ଷିକ ଦଶରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡ୍ୟନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଯୋଗଦେଇ ଥିଲେ। ମୁଖବକ୍ତା ଭାବେ ଯୁବନେତା ରୁତୁରାଜ ମାଝୀ, ସମ୍ମାନିତ ଅତିଥି ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ଜିତୁ ପଣ୍ଡା, ସୁରେଶ ସାହୁ, ବିନୋଦ ସିଂ, ସାମ୍ବାଦିକ ବିଜୟ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ୨୭ ଟି ରେକର୍ଡ ଡ଼୍ୟାନ୍ସ ପ୍ରତିଯୋଗି ଭାଗ ନେଇଥିଲେ। ଗୃପ ଡ୍ୟାନ୍ସରେ ପ୍ରଥମ ପୁରସ୍କାର ଜିଙ୍ଗାଲାଲା ଡ୍ୟାନ୍ସ ଗୃପ ଜୟପାଟଣା, ଦ୍ବିତୀୟ ଏଲଏନଏସ୍ ଗୃପ ଲଡୁଗାଁ, ତୃତୀୟ ପୁରସ୍କାର ମହିପାଣି ଓ ସିଙ୍ଗଲ ଡ୍ୟାନ୍ସରେ ୟୁଭିଏମ ଡ୍ୟାନ୍ସ ଗୃପ କଲମପୁର, ଦ୍ବିତୀୟ ବନିତା ବେଶ୍ରା କୋକସରା ଓ ତୃତୀୟ ମିଷ୍ଟର ଜଗା ଜୁନାଗଡ଼ ପୁରସ୍କାର ପାଇଥିଲେ। ମଞ୍ଚକୁ ଶରତ ନାଏକ, ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଓ ରାଜେନ୍ଦ୍ର ବାଗ ପରିଚାଳନା କରିଥିଲେ। ପୂଜା କମିଟିର ସଭାପତି ସୁଧିର ପୁଝାରୀ, ସମ୍ପାଦକ ବନବାସୀ ମାଝୀ, କୋଷାଧ୍ୟକ୍ଷ ଦୟାନିଧି ବାଗ, ଧାନଫୁଲ ମାଝୀ, ବେଲାଲ ବେଶ୍ରା, ଟିକଚନ ମାଝୀ, ବାଲେଶ୍ଵର ମାଝୀ, କୃଷ୍ଣ ପୁଝାରୀ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.