ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟରେ ଆଜି ପ୍ରଥମ ବର୍ଷ ଡ଼ିପ୍ଲୋମା(ସ୍ବତନ୍ତ୍ର ଶିକ୍ଷା) ଏବଂ ମନୋବିଜ୍ଞାନ ସ୍ନାତ୍ତକୋତର ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉକ୍ତ ଉତ୍ସବରେ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଫୁଲ, ଚ଼ନ୍ଦନ ଲଗାଇ ସ୍ନେହ, ଶ୍ରଦ୍ଧା, ଶୁଭେଚ୍ଛା ଅର୍ପଣ କରିଥିଲେ। ସାଧାରଣ ସମ୍ପାଦକ ଡ଼ଃ ନାରୟଣ ଚନ୍ଦ୍ର ପତିଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରକୃତ ଶିକ୍ଷାର ମହତ୍ତ୍ବ ସମ୍ପର୍କରେ ବୁଝାଇବା ସହ ମହାବିଦ୍ୟାଳୟର ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ।
ସଭାରେ ଲଲାଟେନ୍ଦୁ କର, ଡ଼ଃ ଭାଗିରଥି ମହାପାତ୍ର, ଡ଼ଃ ବିଚିତ୍ରାନନ୍ଦ ସ୍ୱାଇଁ, ସ୍ମୃତିରେଖା ମିଶ୍ର ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ପରାମର୍ଶ ଦେବା ସହ ଦିଗଦର୍ଶନ ପ୍ରଦାନ କରିଥିଲେ। ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ଅନୁଭୂତି ବର୍ଣ୍ଣନା କରିଥିଲେ। ସଭାପରେ ଡ଼ଃ ଭାଗିରଥି ମହାପାତ୍ର ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।