ନବଜାତ ଶିଶୁର ବିପଦ ସଂକେତକୁ ଅଣଦେଖା କରନ୍ତୁ ନାହିଁ -ଡା. ବିଶ୍ଵରଂଜନ ପତି

● ପୁଷ୍ଟି ପୁର୍ନବାସ କେନ୍ଦ୍ରରେ ଜାତୀୟ ନବଜାତ ଶିଶୁ ସପ୍ତାହ ସଚେତନତା ସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ନବଜାତ ଶିଶୁ ଯଦି ୬୦ ଥରରୁ ଅଧିକ ନିଶ୍ଵାସ ନେଉଛି, ବାତ ମାରୁଛି, ଜ୍ଵର ହେଉଛି, ନିଶ୍ଵାସ ପ୍ରଶ୍ଵାସ ନେବା ସମୟରେ ଛାତି ତଳଭାଗ ଭିତରକୁ ପଶିଯାଉଛି, ଶିଶୁ ମାଁ କ୍ଷୀର ଖାଇ ପାରୁନାହିଁ, ଦେହ ଥଣ୍ଡା ଲାଗୁଛି କିମ୍ବା ଶିଶୁ ନିସ୍ତେଜ ରହୁଛି ତେବେ ଏହା ବିପଦ ସଂକେତ ହୋଇପାରେ। ଏହି ବିପଦ ସଂକେତକୁ ଅଣଦେଖା ନକରି ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉଚିତ ବୋଲି ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ପୁଷ୍ଟି ପୁର୍ନବାସ କେନ୍ଦ୍ରରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତି ଏହି ବାର୍ତ୍ତା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନନ୍ଦ କିଶୋର ନାଏକ ପ୍ରମୁଖ ମଞ୍ଚାସୀନ ରହି ନବଜାତ ଶିଶୁର ଯତ୍ନ ଉପରେ ବିଶେଷ ଆଲୋଚନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା ସହ ସ୍ଵାଗତ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ। ପୁଷ୍ଟି ପୁର୍ନବାସ କେନ୍ଦ୍ରର ପରାମର୍ଶ ଦାତ୍ରୀ ଦୀପ୍ତିମୟୀ ପ୍ରଧାନ କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ସହଯୋଗ କରିଥିଲେ। ଯକ୍ଷ୍ମାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସମୀର କୁମାର ସାହୁ, ନର୍ସିଂ ଅଫିସର ଏଲି ଭଞ୍ଜଙ୍କ ସମେତ ଅନ୍ୟ ସ୍ଵାସ୍ଥ୍ୟ କର୍ମଚାରୀ, ଗର୍ଭବତୀ ମାଁ, ଶିଶୁ ଯତ୍ନକାରୀ ପ୍ରମୁଖ ସଭାରେ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.