ବାଳିଯାତ୍ରାର ପ୍ରାରମ୍ଭିକ ପୂଜା ପାଇଁ ଗାଁରେ ପହଞ୍ଚିଲେ ଗୁରୁମେ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କେଉଁ ଏକ ଆବାହମାନ କାଳରୁ ଗ୍ରାମ୍ୟ ପରମ୍ପରା ରେ ବିଭିନ୍ନ ଜାନି ଯାତ୍ରା ପାଳନ କରାଯାଉଛି l ସେହି ପର୍ବ କୃଷିଭିତିକ ହେଉ ଅବା ଧନ ଜୀବନ ସୁରକ୍ଷା ହେଉ l ଏମିତି ଏକ ବିଶ୍ୱାସନୀୟ ପର୍ବ ହେଉଛି କାଉଡୋଳା ର ପର୍ବ ବାଲିଯାତ୍ରା l ଆଜି କୋକସରା ବ୍ଳକ କାଉଡୋଲା ଗାଁରେ ଦିର୍ଘ ୪୦ବର୍ଷ ପରେ ଚଳିତ ବର୍ଷ ଗାଁର ଦେବା ଦେବୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବାଲିଯାତ୍ରା ପାଳନ ହେବାକୁ ଯାଉଛି । ଏହି ବାଳିଯାତ୍ରା ଆରମ୍ଭ କରିବା ପୁର୍ବରୁ ଗାଁ ଶିଦ୍ଧି କରି ଦେବା ଦେବୀଙ୍କୁ ଆମନ୍ତ୍ରଣ କରିବା ପାଇଁ ଶୁକ୍ରବାର ଗାଁରେ ଗୁରୁମେଁ ପହଞ୍ଚି ଥିଲେ । ଗାଁରେ ଗୁରୁମେଁ ପହଞ୍ଚିବା ପରେ ଗାଁ ମୁଣ୍ଡରୁ ଜାନୀ ପୁଝାରୀ ତଥା ଗ୍ରାମବାସୀ ବିଧିମତ ଭାବରେ ପୂଜାର୍ଚ୍ଚନା କରି ସ୍ୱାଗତ ଜଣାଇ ତାଙ୍କୁ ପୋଛୋଟି ନେଇଥିଲେ । ପରେ ଗାଁ ମାଟି ଘର ସହ ଗାଁର ବିଭିନ୍ନ ମନ୍ଦିର ଏବଂ ପ୍ରତି ଘରକୁ ଯାଇ ଶିଦ୍ଧ କରିବା ସହ ନାନା ବିଧିମତେ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା । ବିଶ୍ବାସ ରହିଛି ଯେ’ ଭିମାଦେବ ଙ୍କ ଏହି ଯାତ୍ରାକୁ କେବଳ ଗ୍ରାମାଞ୍ଚଳର ଲୋକେ ହିଁ ବିଶ୍ୱାସର ସହିତ ଗ୍ରହଣ କରି ପୂଜାର୍ଚ୍ଚନା କରିବା ସହ ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । ପୁର୍ବ ପୁରୁଷ ମାନଙ୍କ କାଳରୁ ଏହି ବାଳିଯାତ୍ରା ଗାଁ ପାରମ୍ପାରିକ ରିତୀ ଭାବରେ ପାଳନ ହୋଇ ଆସିଥାଏ । ଏହି ବାଳିଯାତ୍ରା ପ୍ରତି ବର୍ଷ ପାଳନ ହୋଇ ନଥାଏ । ଏହା ପାଳନ କରିବା ଦ୍ବାରା ଗାଁର ମଙ୍ଗଳ ହୋଇଥାଏ ବୋଲି ବିଶ୍ଵାସ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.