ଫିଫା ବିଶ୍ୱକପ ଉଦଘାଟନ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କତାରରେ ହେବାକୁ ଥିବା ଫିଫା ବିଶ୍ୱକପ ଉଦଘାଟନୀ ଉତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର । ୧୮ ନଭେମ୍ବରରେ ବିଶ୍ୱକପର ୨୨ତମ ସଂସ୍କରଣର ଆରମ୍ଭ ହେବ । ଉପ ରାଷ୍ଟ୍ରପତି ୨୦ ଓ ୨୧ ନଭେମ୍ବରରେ କାତାର ଗସ୍ତରେ ଯିବେ । ଏଥିପାଇଁ କାତାରର ଅମୀର ଶେଖ ତାମିମ ବିନ ହମଦ ଅଲ ଥାନୀ ସ୍ୱତନ୍ତ୍ର ଭାବେ ଜଗଦୀପଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରାୟ ୧ ମାସ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ୩୨ଟି ଟିମ ଅଂଶଗ୍ରହଣ କରିବେ । ପୂର୍ବରୁ ବିଶ୍ୱକପ ଜୁନ-ଜୁଲାଇରେ ଖେଳା ଯାଉଥିଲା । ଏଥର ପ୍ରଥମ ଥର ପାଇଁ ନଭେମ୍ବର-ଡିସେମ୍ବରରେ ଏହା ଖେଳାଯିବ । ଓଭରାଲ ୮ଟି ଭେନ୍ୟୁରେ ମ୍ୟାଚଗୁଡିକ ଖେଳାଯିବ । ଉଦଘାଟନୀ ମୁକାବିଲା ୬୦ ହଜାର କ୍ଷମତା ବିଶିଷ୍ଟ ଅଲ ୱାୟତ ଷ୍ଟାଡିୟମରେ ଖେଳାଯିବ । ସେହିପରି ଫାଇନାଲ ମ୍ୟାଚ ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଲୁସେଲ ଷ୍ଟାଡିୟମରେ ଆୟୋଜିତ ହେବ । ୧୪ ଓ ୧୫ ଡିସେମ୍ବରରେ ସେମିଫାଇନାଲ ଏବଂ ୧୮ରେ ଫାଇନାଲ ମ୍ୟାଚ ଖେଳାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.