T20 ବିଶ୍ବକପ ହାରିବା ପରେ BCCI ନେଲା କାର୍ଯ୍ୟାନୁଷ୍ଠାନ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଟି-୨୦ ବିଶ୍ବକପ ସେମିଫାଇନାଲରେ ଇଂଲଣ୍ଡଠାରୁ ଭାରତ ଲଜ୍ଜାଜନକ ଭାବେ ହାରିବା ପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏକ ନିଷ୍ପତ୍ତି ନେଇ ବିସିସିଆଇ ଚୟନ କମିଟିକୁ ବରଖାସ୍ତ କରିଛି। ପୂର୍ବରୁ ଏଭଳି କେବେ କାର୍ଯ୍ୟାନୁଷ୍ଠାନ ନେଇନଥିଲା। ବିସିସିଆଇ ଇତିହାସରେ ପ୍ରଥମ ଥର ପାଇଁ ଚୟନ କମିଟିକୁ ବରଖାସ୍ତ କରିଛି। ବିଶ୍ୱକପରେ ଦଳର ଖରାପ ପ୍ରଦର୍ଶନ ପାଇଁ ଚୟନ କମିଟି ଉପରେ ପ୍ରଶ୍ନ ଉଠିଥିଲା। ଅନେକ ଅଭିଜ୍ଞ ଖେଳାଳି ଥିଲେ ସୁଦ୍ଧା ଟିମରେ କାହିଁକି ସେମାନଙ୍କୁ ସାମିଲ କରାଯାଇନଥିଲା ସେ ନେଇ ପ୍ରଶ୍ନ ଉଠିଥିଲା। ଏଭଳି ପରିସ୍ଥିତିରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିସିସିଆଇ ସମସ୍ତ ଚାରିଜଣ ଚୟନକର୍ତ୍ତାଙ୍କୁ ହଟାଇ ଦେଇଛି। ବରଖାସ୍ତ ହୋଇଥିବା ଚାରି ଜଣିଆ ଚୟନକର୍ତ୍ତା କମିଟିର ନେତୃତ୍ବ ନେଇଥିଲେ ଚେତନ ଶର୍ମା ଏହାବାଦ ହାର୍ବିନ୍ଦର ସିଂ, ସୁନୀଲ ଯୋଶୀ ଏବଂ ଦେବିଶିଶ ମହାନ୍ତି ପ୍ରମୁଖ ଜାତୀୟ ଚୟନକର୍ତ୍ତାରେ ସାମିଲ ଥିଲେ। ଏବେ ପୁନର୍ବାର ଚୟନ କମିଟିର ସଦସ୍ୟ ଚୟନ ପାଇଁ ଆବେଦନ କରିବାକୁ କହିଛି। ଉଲ୍ଲେଖଯୋଗ୍ୟ, ସେମିଫାଇନାଲରେ ଭାରତ ଇଂଲଣ୍ଡଠାରୁ ୧୦ ଓ୍ବିକେଟରେ ପରାସ୍ତ ହୋଇଥିଲା। ଭାରତ ଯଦିଓ ପ୍ରଥମେ ବ୍ୟାଟିଂ କରିଥିଲା ହେଲେ ଦଳର ବୋଲିଂ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଯେଉଁଥିପାଇଁ ଇଂଲଣ୍ଡ ଭାରତକୁ ବିନା କୌଣସି ଓ୍ୱିକେଟ ହରାଇ ମ୍ୟାଚ ବିଜୟୀ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.