କୋକସରା କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଗାନ୍ଧୀ ଭବନ ଠାରେ ଶନିବାର ବ୍ଳକ କଂଗ୍ରେସ କମିଟି ପକ୍ଷରୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବ୍ଳକ କଂଗ୍ରେସ କମିଟି ସଭାପତି ଘନଶ୍ୟାମ ଜାଲଙ୍କ ଅଧ୍ୟକ୍ଷତାରେ କର୍ମୀମାନେ ଉପସ୍ଥିତ ରହି ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିଚାରଣ କରାଯାଇଥିଲା। ଏଥିରେ ନିମାଇଁ ଧଙ୍ଗଡାମାଝୀ, ମହେନ୍ଦ୍ର ଧରୁଆ, ହେମନ୍ତ ବାଗ, ଦେବରାଜ ମାଝୀ, ଅଭିମନ୍ୟୁ ପଟ୍ଟନାୟକ, ବ୍ରଜବନ୍ଧୁ ମିଶ୍ର, ହୀରାଲାଲ ମାଝୀ, କେଶବ ନାୟକ, କାମଦେବ ଧଙ୍ଗଡାମାଝୀ ଓ ଅର୍ଜୁନ ବାଗଙ୍କ ସମେତ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.