ଇଂରାଜୀ ମିଶନ ସ୍କୁଲ ମୋଟେରଠାରେ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଠାରେ ଥିବା ଇଂରାଜୀ ମିଶନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଜ୍ଞାନ ମେଳା ଆୟୋଜିତ ହୋଇ ଯାଇଛି । ଶିକ୍ଷାନୁଷ୍ଠାନର ନିର୍ଦ୍ଧେଶିକା ଗେଡ଼ଜିଲଜନ ମନୋହରମଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବିଜ୍ଞାନ ମେଳାକୁ ଅଧ୍ୟକ୍ଷ ଆର୍ଜନ ମନୋହରମ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶତ ବିଭିନ୍ନ ପ୍ରକଳ୍ପ ଦେଖି ପ୍ରକଳ୍ପ ବିଷୟରେ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶତ ପ୍ରାୟ ୧୪୮ ଟି ପ୍ରକଳ୍ପକୁ ଅଭିଭାବକ, ଶିକ୍ଷକ, ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପ ଉପରେ ସବିଶେଷ ବିବରଣୀ ସହ ଉପକାରିତା ଦିଗରେ ବୁଝେଇ ଥିଲେ । ଏହି ବିଜ୍ଞାନ ମେଳାରେ ସାମାଜିକବିଜ୍ଞାନ ଶିକ୍ଷକ ଭବାନୀ ଶଙ୍କର ବେହେରା, ଇଂରାଜୀ ଶିକ୍ଷକ ଧୀରେନ୍ଦ୍ର ନାଥ ନାଏକ, ଗଣିତ ଶିକ୍ଷକ ହରେଶ ମାଝୀ, ହିନ୍ଦୀ ଶିକ୍ଷକ ଶୈଳ ସିଂହ, ଓଡ଼ିଆ ଶିକ୍ଷକ ଯୁଧିଷ୍ଠିର ପାଣିଗ୍ରାହୀ, ପ୍ରାଥମିକ ଶିକ୍ଷକ ବକଚନ ପାନ, ବିଜ୍ଞାନ ଶିକ୍ଷକ ଦିଲ୍ଲୀପ କୁମାର ସିଂହ, ନର୍ସରୀ ଶିକ୍ଷକ ଯମୁନା ମହାନନ୍ଦ, ଯଶୋବନ୍ତି ମାଝୀ, ଏଲକେଜି ଶିକ୍ଷକ ମମତା ନିଆଲ, ୟୁକେଜି ଶିକ୍ଷକ ସ୍ବପ୍ନ ରେଖା ପ୍ରଧାନୀ, ଜୁଳି ଗୋପାଳ, ପ୍ରାଥମିକ ଶିକ୍ଷକ ମନୋହର ବିଶି, ମୁକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.