ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ଝାଂସିରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ଓ ବାର୍ଷିକ କ୍ରୀଡା ମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହାରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଦିନରେ ବାର୍ଷିକ କ୍ରୀଡା ‘ସ୍ଥାପନା’ ମଧ୍ୟ ଆୟୋଜିତ ହୋଇଥିଲା। ଗତ ୧୬ତାରିଖ ବୁଧବାର ଦିନ ବିଶିଷ୍ଠ ଶିକ୍ଷାବିତ ଜୟରାମ ସାହୁ ଓ ବରିଷ୍ଠ କ୍ରୀଡା ଶିକ୍ଷକ ସଞ୍ଜୟ ମିଶ୍ର ଯୋଗ ଦେଇ ବାର୍ଷିକ କ୍ରୀଡା ‘ସ୍ଥାପନ’ର ଶୁଭାରମ୍ଭ କରିଥିବା ଦ୍ଵିତୀୟ ଦିନ ମେଦିନିପୁରର ସରପଞ୍ଚ ଗୌରୀ ଶଙ୍କର ମିଶ୍ର କ୍ରିକେଟ ମେଚକୁ ଉଦ୍ଘାଟନ କରିଥିଲେ। ଉଦ୍ଜାପନୀ ଉତ୍ସବ ଅର୍ଥାତ ମହାରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ଦିନ ମୁଖ୍ୟ ଅତିଥି ଭାବେ ସ୍ତ୍ରୀରୋଗ ବିଶେଷଜ୍ଞ ଡ଼. ହେମାଙ୍ଗିନୀ ମେହେର, ମୁଖ୍ୟବକ୍ତା ଭାବେ ପର୍ବତାରୋହି ଲିପ୍ସାମୟୀ ଦୁବେ ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ କବିତା ମହାନ୍ତି, ଅନୁଷ୍ଠାନର ପରିଚାଳନା ସମିତିର ଅଧ୍ୟକ୍ଷା ନମିତା ସାହୁ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପିକା ସସ୍ମିତା ମହାନ୍ତି ସଭାପରିଚାଳନା କରିଥିଲେ। ଛାତ୍ରୀ ଶୁଭଶ୍ରୀ ପଣ୍ଡା ମହାରାଣୀ ଲକ୍ଷ୍ମୀବାଈଙ୍କ ଜୀବନୀ ସଂପର୍କରେ ସ୍ୱତନ୍ତ୍ର ଉପସ୍ଥାପନା କରିଥିଲେ।ଯୁକ୍ତ ଦୁଇ ଅଧ୍ୟକ୍ଷା ଦୀପା ସାହୁ ବାର୍ଷିକ କ୍ରୀଡା ବିବରଣୀ ପାଠ କରିଥିଲେ। +୨ର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। +୨ର ଛାତ୍ରୀ ନିରୀମାଖି ଦୋରା ଏବଂ +୩ରେ ସ୍ବlତୀ ବୁଦ୍ଧିଆ କ୍ରୀଡା ଚମ୍ପିୟାନ ହୋଇଛନ୍ତି। କ୍ରିକେଟରେ +୩ର ଭୌତିକ ବିଜ୍ଞାନ ବିଭାଗ ଚମ୍ପିୟାନ ହୋଇଥିବା ବେଳେ ରନର ହୋଇଛନ୍ତି+୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀଗଣ। ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ମିତାରାଣୀ ପଣ୍ଡା, ସାୟଲୀ ଯୋଶୀ, ନେହା ମୁଣ୍ଡ, ଶିବନୀ ଶିଖା ସାହୁ, ସଂଜନା ଯୋଶୀ, ସମିକ୍ଷା ପାଢ଼ୀ, ଋତୁପର୍ଣ୍ଣl ଯୋଶୀ, ଅପର୍ଣ୍ଣା ସିଂ, ରୀନା ସାହୁ ଓ ରେଣୁକା ଆଚାର୍ଯ୍ୟ ମହାରାଣୀ ଲକ୍ଷ୍ମୀବାଈଙ୍କ ବେଶରେ ସଜ୍ଜିତ ହୋଇଥିଲେ। ଅଧ୍ୟାପିକା କରିସ୍ମା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ରାନୀ ସାହୁ, ଶ୍ରୀଅଂଶୀ ମିଶ୍ର, କରିସ୍ମା ଭୋଇ ଆଦ୍ୟାଶା ବେହେରା ଓ ସମସ୍ଥ ଅଧ୍ୟାପକ, ଅଧ୍ୟାପିକା କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.