ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଶୈବ ପିଠଠାରେ ନବଜ୍ୟୋତି ବିଜ୍ଞାନ ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ୟକ୍ଷ ସାନ୍ତନୁ କୁମାର ମହାପାତ୍ରଙ୍କ ନେତୃତ୍ବରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭାଇସ ଚେୟାରମେନ ଭାସ୍କର ଚନ୍ଦ୍ର ପଧାନ, ଅଧ୍ୟକ୍ଷ ଆଶିଶ କୁମାର ସାହୁ, ଗଣିତ ଅଧ୍ୟାପକ ମହେଶ୍ବର ମହଲା, ଭୌତିକ ବିଜ୍ଞାନ ଅଧ୍ୟାପକ ରଶ୍ମିରଂଜନ ବରାଳ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଅଧ୍ୟୟନ ଉପରେ ଆଲୋକପାତ କରିଥିଲେ। ପିଲାମାନେ କିପରି ଶତ ପ୍ରତିଶତ ମାର୍କ ରଖିବେ ସେନେଇ ଆଲୋଚନା ହେବାସହ କୋଚିଂ ଓ ଶିକ୍ଷାର ମାନ ବଢାଇବା ପାଇଁ ଅବିଭାବକ ଓ କଲେଜ କତୃପକ୍ଷ ମତ ରଖିଥିଲେ। ଏହି ସମ୍ମିଳନୀରେ କର୍ଲାମୁଣ୍ଡା, କେସିଙ୍ଗା, ନର୍ଲା ଓ ମ.ରାମପୁରର ଅଭିଭାବକ ଅଭିଭାବିକାମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ର ଅଭିଭାବକ ସୁଦାମ ବାରିକ, ଅନିରୁଦ୍ଧ ବାଗ ଓ ଅନ୍ୟମାନେ ସହଯୋଗ କରିଥିଲେ।