ବାପାକୁ ୫ଖଣ୍ଡ କାଟିଲା ପୁଅ, ଖଣ୍ଡ ବିଖଣ୍ଡିତ ଶରୀରକୁ ଫୋପାଡ଼ି ଥାନାରେ ଦେଲା ଅଭିଯୋଗ  


କୋଲକାତା: ପଶ୍ଚିମବଙ୍ଗ ପରଗଣା ବ୍ଳକର ବରୁଇପୁର ଅଞ୍ଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଉଦ୍ଧାର କରିଛି ପୋଲିସ । କିଛି ଦିନ ତଳେ ନୌସେନା ଅଧିକାରୀଙ୍କ ପୁଅ ପିତାଙ୍କ ନିଖୋଜ ରିପୋର୍ଟ ଥାନାରେ ଦାଖଲ କରିଥିଲେ।

ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏନେଇ ପୁଲିସ ନୌସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର କରିଛି । ତଦନ୍ତରୁ ଜଣାପଡ଼ିଛି ଯେ, ପୁଅ ତା’ ମାଆ ସହିତ ମିଶି ବାପାଙ୍କୁ ହତ୍ୟା କରିଛି। ଏହାପରେ ମୃତଦେହକୁ କରତରେ କାଟି ପାଞ୍ଚ ଖଣ୍ଡ କରି ଫିଙ୍ଗି ଦେଇଥିଲେ ।

ସୂଚନା ଅନୁଯାୟୀ, ଗତକାଲି ଏକ ପୋଖରୀରୁ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ନାମ ହେଉଛି ଉଜ୍ଜ୍ଵଳ ଚକ୍ରବର୍ତ୍ତୀ । ତାଙ୍କ ବୟସ ପାଖାପାଖି ୫୫ ବର୍ଷ। ସେ ଭାରତୀୟ ନୌସେନାର ପୂର୍ବତନ ଅଣ-କମିଶନ ଅଧିକାରୀ ଥିଲେ। ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ ।

ପାରିବାରିକ କଳିରୁ ଏପରି ଘଟଣା ଘଟିଥିବା ସୂଚନା । ନଭେମ୍ବର ୧୫ରେ ମୃତକଙ୍କ ପରିବାର ସଦସ୍ୟ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ତା ପୂର୍ବଦିନ ଝଗଡ଼ା ସମୟରେ ପୁଅ ବାପା ଉପରେ ଆକ୍ରମଣ କରିଥିଲା। ପୁଅ ଆକ୍ରମଣରେ ବାପାର ମୃତ୍ୟୁ ଘଟିଥିଲା। ପରେ ବାପାର ମୃତଦେହକୁ କରତରେ ପାଞ୍ଚ ଖଣ୍ଡ କାଟିଥିଲା ଏବଂ ମାଆ ସହିତ ମିଶି ସେସବୁକୁ ପଲିଥିନ ଜରିରେ ଗୁଡ଼ାଇ ଫୋପାଡ଼ିଥିଲା । ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି  ।

 




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.