ଭୋଇରମୁଣ୍ଡା ଗଜାନନ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଭୋଇରମୁଣ୍ଡା ଗଜାନନ ଯୁବକ ସଂଘର ସଭାପତି ଗିରିଧାରୀ ସାହୁ ଓ ସଂପାଦକ ଅଶୋକ ସାହୁଙ୍କ ନେତୃତ୍ବରେ ରବିବାର ଦିନ ଭୋଇରମୁଣ୍ଡା ଗ୍ରାମ୍ୟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ରେଗେଡା ପଞ୍ଚାୟତ ସରପଞ୍ଚ ଦିପ୍ତୀରାଣୀ ସାହୁ, ଗ୍ରାମ୍ୟ ସଭ୍ୟ ଉସ୍ତ ସାହୁ ପହଞ୍ଚି ଭୋଇରମୁଣ୍ଡା ଗାଁ ସଫେଇ କାମକୁ ଦେଖି ଗଜାନନ ଯୁବକ ସଂଘର ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରି ସବୁଜ ଗ୍ରାମ ତଥା ଗାଁରେ ସଫେଇ କରି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଉପରେ ବୁଝାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.