୮ଦଫା ଦାବିରେ କୋକସରା ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅଲ୍ ଓଡିଶା ଅଙ୍ଗନୱାଡି ୱାର୍କର ଆସୋସିଏସନ୍ ଡାକରା ରେ ରାଜ୍ୟର ବିଭିନ୍ନ ବ୍ଳକରେ ଥିବା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ଅଙ୍ଗନବାଡ଼ି କର୍ମୀ ଓ ସହାୟୀକା ମାନେ ୮ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସହାୟୀକା ମାନେ ମଙ୍ଗଳବାର କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପ୍ରଥମେ ବ୍ଳକର ବିଭିନ୍ନ ଗ୍ରାମର ଅଙ୍ଗନୱାଡି କର୍ମୀ ଓ ସହାୟୀକା ମାନେ ଏକତ୍ରିତ ହେବାପରେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାବାଜି କରି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ କୁ ପହଞ୍ଚି ଥିଲେ। ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି।

Omkar Vasthu
Omkar Vasthu

(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)

Pearl dental clinic
Near Ashish Medical Store, Bhawanipatna

ତାଙ୍କ ଦାବି ଗୁଡ଼ିକ ହେଉଛି ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ, ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ କରାଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ୧୮୦୦୦ ଓ ସହାୟିକା ମାନଙ୍କୁ ୯୦୦୦ଟଙ୍କା ପ୍ରଦାନ କରାଯିବା ସହିତ ଇପିଏଫ ଇଏସାଇସି ଓ ଗ୍ରାଜୁଟି ରେ ସାମିଲ କରାଯାଉ। ମିନି ଅଙ୍ଗନୱାଡ଼ି ଉଚ୍ଛେଦ କରି ମିନି ଅଙ୍ଗନୱାଡ଼ି କର୍ମୀ କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ କରାଯାଉ, ଅଙ୍ଗନୱାଡ଼ି କର୍ମଚାରୀ, ମିନି ଅଙ୍ଗନୱାଡ଼ି କର୍ମଚାରୀ ଓ ସହାୟିକା ଙ୍କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଓ ପେନସନ ମାସିକ ୫୦୦୦ ଟଙ୍କା ପ୍ରଦାନ କରାଯାଉ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ ମୃତ୍ୟୁ କାଳିନ ସହାୟତା ରାଶି ୫ଲକ୍ଷ ଟଙ୍କା ଦେବା ସହିତ ପରିବାରରୁ ଜଣଙ୍କୁ ଚାକିରୀ ଦିଆଯାଉ, ନୂତନ ଶିକ୍ଷାନୀତି ରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖୁ ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀ ଙ୍କୁ ପ୍ରି – ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯାଉ। ଅଙ୍ଗନୱାଡ଼ି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥ‌ିବା ବେଳେ ଆଉ ୫୦% ସ୍ନାତକ ଓ ଚତୁର୍ଥ ଅଙ୍ଗନୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ ଏଭଳି ୮ ଗୋଟି ଦାବି ରହିଛି। ଏହି ଦାବୀ ଗୁଡିକ ଯେ ପର୍ଯ୍ୟନ୍ତ ପୂରଣ ନ ହୋଇଛି ସେତେ ଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବା ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ଫଳରେ କୋକସରା ବ୍ଲକର ୧୬୭ କେନ୍ଦ୍ର ର ଅଙ୍ଗନବାଡ଼ି କେନ୍ଦ୍ର ରେ ତାଲା ଝୁଲୁଥିବାବେଳେ ହଜାର ହଜାର ହିତାଧିରୀ ଅଙ୍ଗନବାଡି ସେବା ରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି । ଏପଟେ ଓଡ଼ିଶା ସରକାର ପକ୍ଷରୁ କଡା ଚେତାବନୀ ସ୍ୱରୂପ ଅଙ୍ଗନବାଡି କର୍ମୀ ମାନେ କେନ୍ଦ୍ର ଗୁଡିକ ନ ଖୋଲି ଆନ୍ଦୋଳନ ରେ ନିବୃତ ରହିବେ ତାଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କର୍ମୀମାନେ ସରକାରଙ୍କ ଚେତାବନୀକୁ ଖାତିର ନକରି ନିଜ ହକ ପାଇଁ ଆନ୍ଦୋଳନ କରୁଥିବା ସଂଘ ସଦସ୍ୟ ମାନେ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.