ମନୋଜ ପୁଝାରୀ ସ୍ମାରକୀ ଫୁଟବଲ ଉଦଯାପିତ: ଧର୍ମଗଡ଼ ରାଇଜିଙ୍ଗ ଷ୍ଟାରକୁ ହରେଇ ବାନେର ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ଖେଳ ପଡିଆ ଠାରେ ଲଙ୍କେଶ୍ୱରୀ କ୍ଳବ ଆନୁକୂଲ୍ୟରେ ଚାଲିଥିବା ମନୋଜ ପୁଝାରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ ବାନେର ଓ ରାଇଜିଙ୍ଗ ଷ୍ଟାର ଧର୍ମଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧/୦ ଗୋଲରେ ରାଇଜିଙ୍ଗ ଷ୍ଟାର ଧର୍ମଗଡ଼କୁ ହରାଇ ବାନେର ଦଳ ଟୁର୍ଣ୍ଣାମେଣ୍ଟର ବିଜେତା ହେଇଛି। ଖେଳକୁ ପିଇଟି ଶଙ୍କର ପୋଡ, ଭୂପେନ୍ଦ୍ର ଗୋପାଳ, ଗଣପତି ପୁଝାରୀ ପରିଚାଳନା କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟବକ୍ତା ଶିକ୍ଷକ ସାମନ୍ତ ପାଟ୍ଟଯୋଷୀ, ସମ୍ମାନିତ ଅତିଥି ସମାଜସେବୀ ସୋଭନ ଖାଁ, ଅଶୋକ କୁମାର ପୁଝାରୀ, ବ୍ରଜରାଜ ନାଏକ, ସମିତି ସଭ୍ୟ ହେମକାନ୍ତ ପୁଝାରୀ, ବାବ୍ୟ ବାଗ, ଶିକ୍ଷକ ତୁଲସୀରାମ ଚଳାନ, ପଦ୍ମଲୋଚନ ପୁଝାରୀ, ଖଗପତି ପୁଝାରୀ, ଶିକ୍ଷକ ଯିତେନ୍ଦ୍ର ଭକ୍ତ, କ୍ଷମାନିଧି ବାଗ, ଉମାଶଙ୍କର ନାଏକ ଘନଶ୍ୟାମ ବାଗ, ଅନ୍ତରାମ ବାଣୁଆ ପ୍ରମୂଖ ଯୋଗଦେଇ ଖୋଲାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟର ବିଜେତା ଓ ଉପ ବିଜେତା ଦଳକୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଦେବେନ୍ଦ୍ର ପୁଝାରୀ ଓ ବାବୁଲାଲ ଶବର ଖେଳର ଧାରାବିବରଣି ପ୍ରଦାନ କରିଥିବାବେଳେ ଆୟୋଜକ କମିଟିର ସଭାପତି ମହେନ୍ଦ୍ର ଜାନି, ସମ୍ପାଦକ ଅକ୍ଷୟ କୁମାର ବାହୁକ, କୋଷାଧକ୍ଷ ଦୁଷ୍ମନ୍ତ ବନ୍ଦୀଛୋଡ, ସହ ସମ୍ପାଦକ ଲୁକେଶ ଦାସ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.