ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): କଳାହାଣ୍ଡି ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ଶାଲାସିଦ୍ଧି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର, ସମ୍ମାନିତ ଅତିଥି ଏଡିଇଓ ଟେମଲାଲ ଦୁବେ, ସାଥ ଜିଲ୍ଲା ସଂଯୋଜକ ଶାଶ୍ୱତ ପଣ୍ଡା ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ। ସଭା ସଞ୍ଚାଳନ କରିଥିଲେ ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ। ଏହି ଶିବିରରେ ଏଡିଇଓ ଟେମଲାଲ ଦୁବେ, ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ପ୍ରୋଗ୍ରାମ ସଂଯୋଜକ ସୌମେନ୍ଦ୍ର ପଟ୍ଟନାୟକ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ତଥା ସଂଶ୍ଲିଷ୍ଟ ପରିବେଶର ମୂଲ୍ୟାୟନ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ଵ ଦିଆଯାଇଥିଲା। ପ୍ରଶିକ୍ଷିତ ହୋଇଥିବା ସମସ୍ତ ଅଂଶଗ୍ରହଣକାରୀ ଏହାକୁ ବ୍ଲକ ସ୍ତରରେ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ସବୁ ବ୍ଲକରୁ ସମସ୍ତ ଏବିଇଓ ତଥା ବିଆରସିସି, ସିଆରସିସି, ଏମଆଇସ ତଥା ପ୍ଲାନିଂ କୋଡିନେଟର ଏଥିରେ ଅଂଶଗ୍ରହଣ କରିଥିଲେ।