ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵନାଥପୁର ତ୍ରିନାଥ ମନ୍ଦିର ପ୍ରାଙ୍ଗଣଠାରେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଆଗାମୀ ଡିସେସେମ୍ବର ୨୬ ତାରିଖରେ ପୁରୀଠାରେ ପ୍ରତିଷ୍ଠା ଦିବସ ପାଳନ ହେବ ଏହାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜୋନ ୧ର ୧୩ଗୋଟି ଗ୍ରାମପଞ୍ଚାୟତର ସଭାପତି, ସମ୍ପାଦକ ଓ କର୍ମୀ ମାନଙ୍କୁ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ଜୋନ-୧ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଲାଞ୍ଜିଗଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗ, ବରିଷ୍ଠ ବିଜେଡ଼ି ନେତା ଦୀପକ ମହାପାତ୍ର, କୁନା ପରିଡା, ସୁବନ ଭୋଇ,ବିଜେଡ଼ି ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ, ବିଜେଡ଼ି ଯୁବ ଉପସଭାପତି ମୁକେଶ କୁମାର ବେହେରା,ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ବିଜେଡ଼ି ନେତା ତରୁଣ କୁମାର ଦାଶ, ମନୋରଞ୍ଜନ ବିଶି,ବନ ଦଳେଇ, ସରପଞ୍ଚ ଟଙ୍କଧର ମାଝୀ, ସୁରେନ୍ଦ୍ର ମାଝୀ, ଯୁବନେତା ହିମାଦ୍ରୀ ପେସନିଆଙ୍କ ସମେତ ୧ନଂ ଜୋନର ବିଜେଡ଼ି କର୍ମୀମାନେ ଯୋଗଦେଇ ଆଲୋଚନା କରିଥିଲେ ।