ଲାଖବାହାଲିଠାରେ ବିଜେଡ଼ିର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଖବାହାଳି ପଞ୍ଚାୟତରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହେଇଯାଇଛି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କ ନିର୍ଦ୍ଦେଶକ୍ରମେ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲାଖବାହାଳି ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ସାନ୍ଦ୍ରା ମାଝୀ,ଲାଖବାହାଲି ପୂର୍ବତନ ସରପଞ୍ଚ ରାମତୁ ମାଝୀ, ପୂର୍ବତନ ସମିତି ସଭ୍ୟ ଶ୍ରୀରାମ ସାହୁ,ନାଏବ ସରପଞ୍ଚ ପତି ମାଝୀ, ଖଗେଶ୍ୱର ନାଏକ, ଜିରାଣା ମାଝୀ, ବିସ୍ମମାଝୀ, ରାମ ମାଝୀ, ହରି ସାହୁ, ଈଶ୍ୱର ବାଗ, ଦୁକୁ ନାଏକ, ମାର୍କଣ୍ଡ ନାଏକ, ଗୋବିନ୍ଦ ନାଏକ, ବିଷ୍ଣୁ ନାଏକ କୋକିଳ ନାଏକ,ରମେଶ ନାଏକ, ଅଜିତ ନାଏକ, ଜଳନ୍ଧର ସାହୁ,ଶାବି ମାଝୀ, ଧନୁର୍ୟ୍ଯ ବାଗ, ରତ୍ନ ମାଝୀ, ଲକ୍ଷ୍ମଣ ସାହୁ,ପ୍ରଦୀପ ବେନିଆଁଙ୍କ ସମେତ ଲାଖବାହଳି ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳର ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.