ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ପୌରକେଲା ସୁନାମୁଖୀ ଫୁଟବଲ ଆସୋସିଏସନ ପକ୍ଷରୁ ତେଲନଦୀ ପଡିଆ ଠାରେ ‘ସୁନାମୁଖୀ କପ ଫୁଟବଲ ଟୁର୍ନାମେଣ୍ଟ’ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚ ଆୟୋଜକ ପୌରକେଲା ଓ ଜରାସିଙ୍ଗା (ବଲାଙ୍ଗୀର) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୩-୦ ଗୋଲରେ ଜରାସିଙ୍ଗା ଦଳ ବିଜୟ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନୀତ ଅତିଥି ଭାବେ କର୍ଲାମୁଣ୍ଡା ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ଯଶୋସ୍ୱିନୀ ଧରୁଆ, ସମିତି ସଭ୍ୟ ସୁଧୀର ଭୋଇ, ବରୁଣ ଭୋଇ, ସୂର୍ଯ୍ୟମଣି ଭୋଇ, ବବ୍ରୁବାହାନ ଭୋଇ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚକୁ ସଜନ କୁମାର କୁଦେଇ, ରାମଚନ୍ଦ୍ର ଭୋଇ, ରଞ୍ଜନ ଭୋଇ, ସୁବ୍ରତ ରଣା ପରିଚାଳନା କରିଥିବା ବେଳେ ଗଜାନନ ଗହୀର ଓ ଚିରଞ୍ଜିବି ରଥ ଧାରାବିବାରିଣୀ ପ୍ରଦାନ କରିଥିଲେ। ସଂଘର ସଭାପତି ଲୋକନାଥ ଦଣ୍ଡସେନା, ସମ୍ପାଦକ ଗିରିଶ ଚନ୍ଦ୍ର ସାହୁ, ଅନିଲ କୁମାର ଦୋରା, ତରୁଣ ସାହୁ, ଭୁବନ ଧରୁଆଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତାକାଲି ଶୁକ୍ରବାର ଦିନ କଣ୍ଟାମାଳ (ବୌଦ୍ଧ) ଓ ଡଙ୍ଗାପଟା (କଳାହାଣ୍ଡି) ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ରହିଛି।