ଗୋଲାଙ୍ଗବନ୍ଧଠାରେ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଗୋଲାଙ୍ଗବନ୍ଧ ଖେଳପଡ଼ିଆଠାରେ ଆଜି ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସମାଜସେବୀ ମନୋରଞ୍ଜନ ବିଶି, ଶିକ୍ଷକ ରତ୍ନାକର ଦୋରା ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠିତ ଉଦଘାଟନୀ ମ୍ୟାଚ୍ ରେ ଅମ୍ପାୟାର ଭାବେ ମଧୁସୂଦନ ବାଗ, ମୋହନ ସୁନା ଦାୟିତ୍ବ ତୁଲାଇଥିବାବେଳେ ଶଙ୍କର ଦଣ୍ଡସେନା ଓ ବୈଦ୍ୟନାଥ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ। ମାଁ ଭୈରବୀ କ୍ରିକେଟ୍ କ୍ଲବ ତରଫରୁ ଅନନ୍ତ ଦୋରା, ଭୀମ ଦୋରା, ନାରାୟଣ ଦୋରା, ଭୂବନ ଦୋରା, ଗୋପୀନାଥ ଦୋରା, କମଲ ଦୋରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ପ୍ରମୁଖ ଭୂମିକା ତୁଲାଉଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.