ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଆତ୍ମା ସଭା ଗୃହ ଠାରେ ଆଜି ଗୁରୁବାର ମିଶନ୍ ଶକ୍ତି ପକ୍ଷରୁ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା, ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ, ବିଧାୟକଙ୍କ ପ୍ରତିନିଧି ଦିନବନ୍ଧୁ ସାହୁ, ସିଡିପିଓ ଗିରିଜା ଗୁଡ଼ଲା, ଏଇ ସନ୍ଦୀପ କୁମାର ନାଏକ, ମିଶନ ଶକ୍ତି ବିପିସି ବିପିନ କୁମାର ବାରିକ, ମିଶନ ଶକ୍ତି ବ୍ଲକ ସଭାନେତ୍ରୀ ଜୟନ୍ତୀ ସାହୁ, ସମ୍ପାଦିକା ରୀନା ସାହୁ ପ୍ରମୁଖ ଯୋଗଦେଇ ସରକାରଙ୍କ ମିଶନ ଶକ୍ତି ଯୋଜନା ଉପରେ ଆଲୋକପାତ କରିବାସହ ବ୍ୟାଙ୍କ ଗୁଡ଼ିକରୁ ଋଣ ନେଇ ଠିକ ଭାବେ କିପରି ପରିଚାଳନା କରାଯାଇ ପାରିବ ସେ ଦିଗରେ ଦଳ ଗୁଡିକ ଗୁରୁତ୍ୱ ଦେବାକୁ ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକର ସମସ୍ତ ବ୍ୟାଙ୍କ ଅଧିକାରୀମାନେ ଯୋଗଦେଇ ବ୍ଲକର ୮୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧କୋଟି ୮୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଆଇସିଡିଏସ ସୁପରଭାଇଜର, ସିଆରପି, ଏମବିକେ, ଫେଡେରେସନ ଲିଡରମାନେ ସହଯୋଗ କରିଥିଲେ।