ଉତ୍କେଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ସମାରୋହ

ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): କେସିଙ୍ଗା ବ୍ଲକ ଉତ୍କେଲା ସରସ୍ବତୀ ବିଦ୍ୟାମନ୍ଦିରର ତ୍ରିଂଶତିତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ପାଲିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଜୟହରି ପୁଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ବବୃବାହନ ପ୍ରଧାନ, ଓଡିଆ ଅଧ୍ୟାପକ ହରପ୍ରସାଦ ସାହୁ ମୁଖ୍ୟ ବକ୍ତା ଭାବରେ ଏବଂ ସମ୍ମାନିତ ଅତିଥି ଭାବେ ଉତ୍କେଲା ସମିତିସଭ୍ୟ ତ୍ରିନାଥ ମାଝି, ଉତ୍କେଲା ସରପଞ୍ଚ ନରେନ୍ଧ୍ର ମାଝି, କିକିଆ ସରପଞ୍ଚ କିଶୋର କୁମାର ପ୍ରଧାନ, କୁଣ୍ଡାବନ୍ଦ ସରପଞ୍ଚ ରୋଜି ପ୍ରଧାନ, ଗ୍ରାମ୍ୟ ରୋଜଗାର ସେବକ ଟିଟିଲାଗଡର ରମେଶ ଚନ୍ଦ୍ର ଯୋଶି ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଧାନ ଆଚାର୍ଯ୍ୟ ପଞ୍ଚାନନ ମହାପାତ୍ର, ବିଦ୍ୟାଳୟର ସଂପାଦକ କୁଶଚନ୍ଧ୍ର ସାହୁ, ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ ମହା ଆଡମ୍ବରରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଉତ୍ସବରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ସଭା କାର୍ଯ୍ୟ ପରିଚାଳନା କରିଥିଲେ ଆଚାର୍ଯ୍ୟ ପ୍ରଦୁମ୍ନ କୁମାର ଭୋଇ।  ଗୁରୁଜି ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାଳୟର ଶିଶୁ ମାନଙ୍କର ସାସ୍କୃତିକ ବିଚିତ୍ରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.