ରାତ୍ରୀକାଳିନ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ପୁରୁଣା ୟୁପି ସ୍କୁଲ୍ ପଡିଆଠାରେ ୧୦ ଗୋଟି ଟିମକୁ ନେଇ ଗତ ୨୧ ତାରିଖ ରୁ ୩ଦିନ ଧରି ଚାଲିଥିବା ରାତ୍ରୀକାଳୀନ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଫାଇନାଲ ଖେଳ ସହ ଉଦ୍‌ଯାପିତ ହୋଇଛି। ଫାଇନାଲ ଖେଳଟି ପ୍ରିତମ୍ ଅଗ୍ରୱାଲ ଟିମ୍ ଓ ଗୁପ୍ତେଶ୍ୱର ପୁଝାରୀ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁପ୍ତେଶ୍ୱର ପୁଝାରୀ ଟିମ୍ କୁ ହରାଇ ପ୍ରିତମ ଅଗ୍ରୱାଲ ଟିମ୍ ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆଁ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ଭାଟି ମ୍ୟେନେଜର ରନେଶ ଯାଦବ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ବିଜେତା ଓ ଉପବିଜେତା ଟିମ୍ କୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରିଥିବାବେଳେ ଶ୍ରେଷ୍ଠ ଖେଳାଳୀ ଭାବେ ନିଲାଞ୍ଚଳ ଦୀପ କୁ ପୁରସ୍କୃତ କରାଯାଇଥିଲା । ଖେଳକୁ ବିନୋଦ ସିଂ ପରିଚାଳନା କରିଥିବାବେଳେ ସ୍କୋର ବୋର୍ଡ ଦାୟିତ୍ଵ ସନ୍ତୋଷ କୁମାର ସାହୁ ନିର୍ବାହ କରିଥିଲେ। ପପୁ ବାଣୁଆଁ, ପ୍ରଣବ ଯୋଷୀ, ତ୍ରିନାଥ ପ୍ରଶନ୍ନ ରାୟ, ଲଲିତ ପଟେଲ, ଯୁଗଲ କିଶୋର ପଟେଲ, ଅବତାଭ ମହମ୍ମଦ, ଆକାଶ ପାଣିଗ୍ରାହୀ, କେଶବ ବେଣୁପାଣି, ମନୋରଞ୍ଜନ ବାଣୁଆ, ଦିନେଶ ଟାଇଗର ପ୍ରମୂଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.