ରାଲିରେ ସାମିଲ ହେବାକୁ ଗଲେ ପ୍ରାଥମିକ ଶିକ୍ଷକ ସଂଘ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସକେଡର)ର ଆହ୍ବାନ କ୍ରମେ ୨୭ ଡିସେମ୍ବର ରୁ ୮ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଭୁବନେଶ୍ୱର ଲୋୟର ପିଏମଜି ଠାରେ ବିକ୍ଷୋଭ ଓ ଧାରଣା ଦିଆଯିବ। ଏହାକୁ ସମର୍ଥନ ଜଣାଇ କୋକସରା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ବରେ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ନିଜର ହକ୍ ପାଇଁ ଭୁବନେଶ୍ବର ରାଲିରେ ଅଂଶଗ୍ରହଣ କରିବା ପାଇଁ ଜୁନାଗଡ ରେଳ ଷ୍ଟେସନରୁ ସଭାପତି ଗଗନ ବିହାରୀ ପଟ୍ଟନାୟକ, ଉପସଭାପତି ସୁଜାତା ଜାଲ, ସମ୍ପାଦକ ଦେବୀ ସିଂ ମାଝୀ, କାର୍ଯ୍ୟକାରୀ ସମ୍ପାଦକ ତ୍ରୀନାଥ ବାଗ, କୋଷାଧ୍ୟକ୍ଷ ଇଶ୍ବରୀ ପ୍ରସାଦ ଅଗସ୍ତି, କ୍ଷୀରୋଦ କୁମାର ପଣ୍ଡା, ଶରତ ଚନ୍ଦ୍ର ଭଏଁଷାଲ, ମାରଗୁନିଆ ନାଗ, ପଦମ ସାହୁ, ସନାତନ ପଣ୍ଡା, ଭାଗ୍ୟବାନ ବାଗ, ପରମେଶ୍ବର ପଟ୍ଟନାୟକ, ମନମୋହନ ଦାସ, ପ୍ରଶନ୍ନ ନାଏକ, ତୁଳସୀ ରାମ ପଟେଲ ସମେତ ଶତାଧିକ ଶିକ୍ଷକ ବାହାରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.