କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ସୁସ୍ଥ ସମାଜ ଗଠନ ନିମନ୍ତେ କ୍ରାନ୍ତିଯାତ୍ରା

ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ କ୍ରାନ୍ତିଯାତ୍ରା ଆୟୋଜନ କରାଯାଉଛି । ଏହି କ୍ରମରେ ଚଳିତ ଡିସେମ୍ବର ୩୦ ତାରିଖରେ ଭବାନୀପାଟଣା ଟାଉନହଲ୍‌ଠାରେ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରାଯିବ । ପୂର୍ବାହ୍ନ ୧୦ଟାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପୂର୍ବତନ କୃଷିମନ୍ତ୍ରୀ ତଥା ଲେଖକ ରାସବିହାରୀ ବେହେରା ଉଦ୍‌ଘାଟନ କରିବେ । ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବରେ ଗବେଷକ ଅନିଲ ଧିର୍‌, ମୁଖ୍ୟଅତିଥି କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି, ସମ୍ମାନନୀୟ ଅତିଥି ପୁରୀ ସର୍ବୋଦୟ ସାହିତ୍ୟ ସଂସଦର ଇଂ.ମୀନକେତନ ଏବଂ ମୁଖ୍ୟବକ୍ତା ଭାବରେ ଭାରତୀୟ ଶିକ୍ଷଣ ମଣ୍ଡଳର ବିସ୍ତାରକ ରାଜୀବ ନୟନ ଓଝା ଯୋଗଦେବେ । କାର୍ଯ୍ୟକ୍ରମ ପରେ କ୍ରାନ୍ତି ପତାକା ଉତ୍ତୋଳନ ସହିତ କ୍ରାନ୍ତି ଯାତ୍ରା ଆରମ୍ଭ ହେବ । ଏହା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର୧୮ଟି ବ୍ଳକରେ ପଦଯାତ୍ରା କରି ୨୩ ଜାନୁଆରୀ ୨୦୨୩ରେ ପରାକ୍ରମ ଦିବସରେ ଉଦ୍‌ଯାପିତ ହେବ । ଜନସାଧାରଣ ଏହି ମହତ୍ ଅଭିଯାନରେ ସାମିଲ୍ ହୋଇ ବିକଶିତ କଳାହାଣ୍ଡି ଗଠନରେ ସହଭାଗୀ ହେବାକୁ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ.ସୁନୀତି ମୁଣ୍ଡ୍ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.