ପୁରୁଷୋତ୍ତମ ଖଡ଼ିରତ୍ନ ପଞ୍ଜିକା ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି ଭାଗ୍ୟଜ୍ୟୋତି  ପୁରୁଷୋତ୍ତମ ଖଡ଼ିରତ୍ନ ପଞ୍ଜିକା ଉନ୍ମୋଚିତ ହୋଇଯାଇଛି। ପୁରୁଷୋତ୍ତମ ଜ୍ୟୋର୍ତିବିଜ୍ଞାନ ମହାସଂଘ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହାସଂଘର ସଭାପତି ଅଧ୍ୟାପକ ସୁବୋଧ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମୁଖ୍ୟବକ୍ତା ଭାବରେ ଅନ୍ତର୍ଯ୍ୟାମୀ ମିଶ୍ର, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ବୀଣାପାଣି ସାହୁ, ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ପଦ୍ମ ଲୋଚନ ମିଶ୍ର, ଡ଼ୋଳାମଣି ରଥ, ବିରଂଚି ନାରାୟଣ ମହାପାତ୍ର ଉପସ୍ଥିତ ରହିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ। ଏହି ଅବସରରେ ପୁରୁଷୋତ୍ତମ ଖଡ଼ିରତ୍ନ ପଞ୍ଜିକା ପୂଜାର୍ଚ୍ଚନା ପୂର୍ବକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହେଇଥିଲା। ମହାସଂଘ ତରଫରୁ ଶ୍ରବଣ କୁମାର ପାଣିଗ୍ରାହୀ ଏବଂ ଦିପ୍ତିଲାଲ ପାଣିଗ୍ରାହୀ ମଧ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ କୃତୀତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ଼କ୍ଟର ଲମ୍ବୋଦର ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଶୋକ ପଣ୍ଡା, ଅଶ୍ବିନୀ କୁମାର ମୁଣ୍ଡ, ବାପୁନୀ ପୁରୋହିତ, ଛନ୍ଦା ଚରଣ ନାୟକ, ସୁବାସ ଚନ୍ଦ୍ର ଦାଶଙ୍କ ସମେତ ମହାସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଳାର ଜ୍ୟୋତିଷମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.