ଚନ୍ଦ୍ରପୁର ବ୍ଳକସ୍ତରୀୟ ଚଇତିରେ ସମ୍ମାନୀତ ହେଲେ କୃଷି ଶିକ୍ଷକ ପ୍ରଦୀପ ଚୈାଧୁରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ-୨୦୨୨’ପାଳନ ଉପଲକ୍ଷେ ଜିଲ୍ଳାର ସମସ୍ତ ବ୍ଳକରେ ବ୍ଳକସ୍ତରୀୟ ଚଇତି ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ଚନ୍ଦ୍ରପୁର ପଂଚାୟତ ସମିତି ଆନୁକୂଲ୍ୟରେ ବ୍ଳକସ୍ତରୀୟ ଚଇତି ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ସଭାପତି ତଥା ଚନ୍ଦ୍ରପୁର ବିଡିସ ଜର୍ଜ ଡୁଙ୍ଗଡୁଙ୍ଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି,ସମ୍ମାନୀତ ଅତିଥି ରୂପେ ବ୍ଳକ ଅଧ୍ୟକ୍ଷ କଇନ କିମ୍ବାକା,ଜିଲ୍ଳା ପରିଷଦ ସଭ୍ୟ ସୁଜିତ୍ ବ୍ରେଡେକାଙ୍କ ସମେତ ସମସ୍ତ ପଂଚାୟତର ସରପଂଚ ଓ ଅନ୍ୟ ଜନ ପ୍ରତିନିଧି ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ । ଏହି ଉତ୍ସବରେ ପାଖାପାଖି ୩୦୦ରୁ ଉର୍ଦ୍ଧ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଚଇତି ଉତ୍ସବ ପାଳନ ନିମନ୍ତେ ପ୍ରଥମେ ଫଳଫଳିଆ ନଦୀର ପବିତ୍ର ଜଳକୁ କଳସରେ ଆଣିବା ପରେ କଳସ ଯାତ୍ରା ଆରମ୍ଭ ହୋଇ ମାଁ ଝାଲିଆଙ୍କ ଆଞାମାଳ ଅଣାଯାଇ ଚଇତି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ମଙ୍ଗଳ ସଂପ୍ରସାରଣ ଅଧିକାରୀ ତଲୱାର ଜେନା ମଂଚ ପରିଚାଳନା କରିଥିଲେ । ଏହି ଉତ୍ସବରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଦ୍ୟାଳୟଗୁଡିକର ଶିକ୍ଷକଶିକ୍ଷୟତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ବ୍ଳକର ଆଶ୍ରମ ବିଦ୍ୟାଳୟ ଗୁଡୁବାଲିକୁ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ମାନପତ୍ର ପ୍ରଦାନ କରାଯିବା ସହ ବିଦ୍ୟାଳୟର ସହ ଶିକ୍ଷକ ରାମ ଚନ୍ଦ୍ର ପାଢୀଙ୍କୁ ଶ୍ରେଷ୍ଠ ଶିକ୍ଷକର ମାନପତ୍ର ପ୍ରଦାନ କରାଯାଇଥିଲା । ଏଥି ସହିତ ପ୍ରଦୀପ ଚୈାଧୁରୀଙ୍କୁ ଉତମ କୃଷି ଶିକ୍ଷକ ଭାବେ ସମ୍ମାନୀତ କରାଯାଇଥିଲା । ସେହିପରି ଉତମ କ୍ରୀଡା ଶିକ୍ଷକ ଭାବେ ଦୁର୍ଗା ପ୍ରସାଦ ନାୟକ, ଉତ୍ତମ କଳା ଶିକ୍ଷକ ଭାବେ କ୍ଷମାନିଧି ପୁଟା, ଉତ୍ତମ କଳା ସଂସ୍କୃତି ଶିକ୍ଷୟତ୍ରୀ ଭାବେ ଶ୍ରୀମତି ଅନୁରାଧା ଲିଙ୍ଗମ, ଉତ୍ତମ ଉତ୍ସର୍ଗୀକୃତ ଶିକ୍ଷୟତ୍ରୀ ଭାବେ ଶ୍ରୀମତି ଉର୍ମିଳା ପିପଳି,ଉତମ ଶିକ୍ଷକ ଭାବେ ଏମ.କିରଣ କୁମାର, ଉତ୍ତମ ଶିକ୍ଷୟତ୍ରୀ ଭାବେ ଶ୍ରୀମତି ସାଗରିକା ପଣ୍ଡା, ଉତ୍ତମ ସମୟାନୁବର୍ତୀ ଶିକ୍ଷକ ଭାବେ ପ୍ରଦୀପ ଟାଙ୍ଗାରାଙ୍ଗା, ଉତ୍ତମ ସହକାରୀ ଶିକ୍ଷକ ଭାବେ ଜଗନ୍ନାଥ ବାଗ ଏବଂ ଉତମ ପରିଚାଳକ ଶିକ୍ଷକ ରୂପେ ଭାସ୍କର ଗମାଙ୍ଗଙ୍କୁ ମାନପତ୍ର ପ୍ରଦାନ କରାଯାଇ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବ୍ଳକସ୍ତରୀୟ କଳାକାରମାନଙ୍କ ଦ୍ୱାରା ବିିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଉପସ୍ଥିତ ଦର୍ଶକ ମନଭରି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.