ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷଙ୍କ ପୁଅ ନିଖୋଜ, ଥାନାରେ ଏତଲା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଳା କଂଗ୍ରେସର ବରିଷ୍ଠ ନେତା ବିଜୟ ଗମାଙ୍ଗଙ୍କ ୪୦ବର୍ଷୀୟ ପୁଅ ଆଶୁତୋଷ ଗମାଙ୍ଗ ରାୟଗଡାର ପୁରୁଣା ଏଲଆଇସି କଲୋନୀରେ ରହୁଥିବା ଘରୁ ଗତ ୮ତାରିଖ ପ୍ରାତଃ ୫ଟା ସମୟରୁ ନିଖୋଜ ଥିବା ନେଇ ଆଶୁତୋଷଙ୍କ ପତ୍ନୀ ଭାସାଇ ଶବର ରାୟଗଡା ଥାନାରେ ଏତଲା ଦେଇଛନ୍ତି । ବତର୍ମାନ ଆଶୁତୋଷ କଳାହାଣ୍ଡି ଜିଲ୍ଳା ଓଡିଶା ରାଜ୍ୟ ପଣ୍ୟଗାର ନିଗମ ସଂସ୍ଥାର କେସିଙ୍ଗା ସ୍ଥିତ ଗୋଦାମରେ ସେ ଏସଏ ତଥା ଡିିଇଓ ଭାବେ କାର୍ଯ୍ୟରତ ଥିଲେ । ଗତକାଲି ସକାଳ ପ୍ରାତଃ ୫ଟା ସମୟରେ ଆଶୁତୋଷ ବାହାରକୁ ଯାଇ ଆସୁଛି କହି ଆଉ ଘରକୁ ଫେରି ନ ଥିଲେ । ସଂପର୍କୀୟ ଏବଂ ଆଖ ପାଖ ଅଂଚଳରେ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୈାଣସି ଖୋଜ ଖବର ମିଳି ନ ଥିଲା । ସେ ତାଙ୍କ ମୋବାଇଲ ଘରେ ଛାଡି ଦେଇ ଚାଲି ଯାଇଥିଲେ । ସେ ରାତ୍ରରେ ନିଜ ଭବାନିପାଟଣା ମୁଖ୍ୟ କାର୍ଯ୍ୟାଳୟରୁ ଏକ କାରଣ ଦର୍ଶାଅ ନୋଟିସ୍ ପାଇଥିଲେ । ଯାହାକୁ ନେଇ ସେ ବ୍ୟସ୍ତ ହୋଇ ରହିଥିବା ନେଇ ପତ୍ନୀ ଶ୍ରୀମତି ଶବର ଉଲ୍ଳେଖ କରିଛନ୍ତି । ଏଥିସହ ଆଶୁତୋଷ ଘର ବାହାରକୁ କେବେ ହେଲେ ଗଲେ ତାଙ୍କୁ କହି ଯାଇଥାନ୍ତି କିନ୍ତୁ ଏହା ପ୍ରଥମ ଥର ହେଲା । ସେ ବହୁତ ମାନସିକ ଚାପରେ ରହିଥିବା ପତ୍ନୀ ଭାସାଇ ଶବର ଉଲ୍ଳେଖ କରିଛନ୍ତି । ସେ ପୂର୍ବରୁ ଭବାନିପାଟଣା ନିଜ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ମାନସିକ ଚାପରେ ନ ଥିବା ବେଳେ ତାଙ୍କୁ କେସିଙ୍ଗା ଗୋଦାମକୁ ବଦଳି ପରେ ସେ ମାନସିକ ଦୁଶ୍ଚିନ୍ତା ତଥା ଦୁଃଖରେ ରହୁଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବା ସ୍ୱତେ ତାଙ୍କୁ କେସିଙ୍ଗାକୁ ବଦଳି ହୋଇଥିବାରୁ ସେ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି । ତେଣୁ ସେ କେଉଁ ଆଡେ ଚାଲିଯାଇ ଫେରି ନ ଥିବାରୁ ଯଥାଶୀଘ୍ର ତାଙ୍କୁ ଖୋଜି ବାହାର କରିବାକୁ ପତ୍ନୀ ଭାସାଇ ଥାନାରେ ଦେଇଥିବା ଏତଲାରେ ଉଲ୍ଳେଖ କରିଛନ୍ତି । ଆଶୁତୋଷଙ୍କ ବାପା ବିଜୟ ଗମାଙ୍ଗ ମଧ୍ୟ ପୋଲିସ ଯଥାଶୀଘ୍ର ତାଙ୍କ ପୁଅଙ୍କୁ ଖୋଜି ଆଣନ୍ତୁ ବୋଲି ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.