ବଙ୍ଗୋମୁଣ୍ଡା ୨୧୮ନଂ ବୁଥ୍ ରେ ଚାଲିଛି ମତଦାନ : ରାତି ୮.୩୦ପରେ ହୋଇପାରେ ସମାପ୍ତ

ବଙ୍ଗୋମୁଣ୍ଡା,୧୮/୪ : ବଲାଂଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଯାଇଥିବା ବେଳେ ବଙ୍ଗୋମୁଣ୍ଡାର ୨୧୮ ନମ୍ବର ବୁଥରେ ବର୍ତ୍ତମାନ ସୁଦ୍ଧା ଚାଲିଛି ମତଦାନ । ମସିନ ଖରାପ କାରଣରୁ ସକାଳ ୮. ୪୦ରେ ମତଦାନ ଆରମ୍ଭ ହୋଇଥିଲା ।

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ବର୍ତ୍ତମାନ ସୁଦ୍ଧା ମତଦାନ ଚାଲିଥିବା ବେଳେ ମତଦାନ ସମାପ୍ତ ହେବାକୁ ରାତି ୮.୩୦ ରୁ ୯ଟା ହୋଇଯାଇପାରେ । ଏହି କେନ୍ଦ୍ରରେ ଆଲୋକର ବ୍ୟବସ୍ଥା ନଥିବାରୁ ଭୋଟର ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ପ୍ରକାଶ କରିଛନ୍ତି । ଏହା ସହ ୭ଟାରୁ ଝିପି ଝିପିବର୍ଷା ଆରମ୍ଭ ହୋଇଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ (ସଂନ୍ଧ୍ୟା ୭.୨୫) ରେ ୪୦ ରୁ ଉର୍ଧ ମତଦାତା ଧାଡିରେ ଛିଡା ହୋଇଥିଲେ ।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.