ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସମାପ୍ତ 

ଟିଟିଲାଗଡ,୧୯/୪ : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୪ଟି ଲୋକସଭା ଆସନ ସହ ବଲାଙ୍ଗୀର ଲୋକସଭା ଆସନ ଓ ୩୪ଟି ବିଧାନସଭା ଆସନ ସହ ଟିଟିଲାଗଡ ବିଧାନସଭା ନିର୍ବାଚନ କ୍ଷେତ୍ର ପାଇଁ ମତଦାନ ଚାଲିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀର ଟିଟିଲାଗଡ, ସଇନ୍ତଲା ଓ ଗୁଡଭେଲା ବ୍ଲକ ର ବିଭିନ୍ନ ବୁଥ୍ ରେ ଆନନ୍ଦ ଉଲ୍ଲାସର ସହିତ ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳାର ସହିତ ଗଣତନ୍ତ୍ରର ମହାନ ପର୍ବରେ ସାମିଲ୍ ହୋଇ ମତଦାନ କରିଛନ୍ତି ଭୋଟର ।

ସମସ୍ତ ବୁଥ୍ ମାନଙ୍କରେ ଭିନ୍ନକ୍ଷମ ମାନଙ୍କ ପାଇଁ ହ୍ବୁଇଲ୍ ଚେୟାରର ବ୍ୟବସ୍ଥା କରାଯିବା ସହିତ ଭିନ୍ନକ୍ଷମ ମାନଙ୍କୁ ଘରୁ ମତଦାନ କେନ୍ଦ୍ରକୁ ଆଣିକି ଭୋଟ ଦାନରେ ସାମିଲ୍ କରାଇବା ପାଇଁ ଦୁଇ ଜଣ ଲେଖାଏ ସଦସ୍ୟ ଙ୍କୁ ନିୟୋଜିତ କରାଯାଇଥିଲା । ବରିଷ୍ଠ ନାଗରିକ ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ରହିଥିଲା ।

ନୁଆ ଭୋଟର ମାନେ ଉତ୍କଣ୍ଠା ର ସହିତ ମତଦାନ କେନ୍ଦ୍ର ରେ ପହଞ୍ଚି ନିଜର ବହୁ ମୂଲ୍ୟ ମତଦାନ କରୁଥିବା ବେଳେ ବିଭିନ୍ନ ବୁଥ୍ ମାନଙ୍କରେ ଇଭିଏମ୍ ଓ ଭିଭିପାଟ ଗୁଡିକର ଯାନ୍ତ୍ରିକ ତୃଟି ଦେଖିବାକୁ ମିଳିଥିଲା ।

ସକାଳ ୭ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରିବାର ସମୟ ନିର୍ଦ୍ଧାରିତ ହୋଇଥିଲେ ହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କେତେକ ବୁଥ୍ ରେ ସନ୍ଧ୍ୟା ୬ ପରେ ମଧ୍ୟ ଭୋଟ ଗ୍ରହଣ ଚାଲିଥିଲା । ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ପ୍ରାୟ ସମସ୍ତ ବୁଥ୍ ଗୁଡିକରେ ଇଭିଏମ୍ ଓ ଭିଭିପାଟ ର ଯାନ୍ତ୍ରିକ ତୃଟିକୁ ବାଦ୍ ଦେଲେ ଶାନ୍ତି ଶୃଙ୍ଖଳାର ସହିତ ସୁରୁ ଖୁରୁ ରେ ସରିଛି ମତଦାନ

ଟିଟିଲାଗଡରୁ ଭିଷ୍ମସେନ ମହାକୁର ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.