ରାୟଗଡା ଚଇତି କ୍ରୀଡା ମହୋତ୍ସବ: ୱିନର ଓ ରନର୍ ଅପ୍ ଟିମ୍ ନିମନ୍ତେ ପୁରସ୍କାର ଅର୍ଥରାଶି ଘୋଷଣା କଲେ ଅଧ୍ୟକ୍ଷ  ବିବେକାନନ୍ଦ ଶର୍ମା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବର୍ତ୍ତମାନ ରାୟଗଡା ଜିଲ୍ଳାରେ ଚଇତି ମହୋତ୍ସବର ଆସର ଜମିିଛି । କଳା ଓ ସଂସ୍କୃତିର ସମ୍ଭାର “ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା -୨୦୨୩”ପାଳନ ଉପଲକ୍ଷେ ତଥା ଚଇତି ମହୋତ୍ସବକୁ ଆହୁରି ସରସ ସୁନ୍ଦର କରିବା ପାଇଁ କ୍ରୀଡାକୁ ମଧ୍ୟ ସାମିଲ କରାଯାଇଛି । ଆଉ ଏହି ଚଇତି କ୍ରୀଡା ମହୋତ୍ସବକୁ ସୂଚାରୁ ରୂପେ ତୁଲାଇବା ଦାୟିତ୍ୱ ମୁଣ୍ଡେଇଛନ୍ତି ଲୋକପ୍ରିୟ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା । ଚଇତି କ୍ରୀଡା ମହୋତ୍ସବରେ ଜିଲ୍ଳାର ବିଭିନ୍ନ ବର୍ଗକୁ ସାମିଲ କରାଯାଇ କ୍ରୀଡା ସହ ଜଡିତ ହୋଇ ରହିବାର ଏକ ସୁନ୍ଦର ପ୍ରୟାସ ତଥା ଖେଳୁଆଡ ମନୋଭାବ ରଖିଲେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ତେଣୁ ଏହି ଚଇତି କ୍ରୀଡା ମହୋତ୍ସବ କରାଯାଉଛି ବୋଲି ଅଧ୍ୟକ୍ଷ ତଥା ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ତେବେ ଚଇତି କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀ ତଥା ଦଳମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ପ୍ରଥମ ଥର ପାଇଁ ଅଧ୍ୟକ୍ଷ ତଥା ଏସ.ପି.ଶ୍ରୀ ଶର୍ମା ପୁରସ୍କାର ଅର୍ଥରାଶି ଘୋଷଣା କରିଛନ୍ତି । କବାଡି ପ୍ରତିଯୋଗିତାରେ ବିଜେତା ୪ଟି ଦଳକୁ ୨ହଜାର ଟଙ୍କା ଲେଖାଁଏ ୮ହଜାର ଟଙ୍କା ସହ ରନର୍ସ ଅପ୍ ଟିମକୁ ୧ହଜାର ଲେଖାଁଏ ୪ହଜାର ଟଙ୍କା, ବାସ୍କେଟ ବଲ ବିଜେତା ଟିମକୁ ୨ହଜାର ଏବଂ ରନର୍ସ ଅପ୍ ଟିମକୁ ୧ହଜାର, ବ୍ୟାଡମିଂଟନ ବିଜେତା ୪ଟି ଟିମକୁ ୧୫ଶହ ଟଙ୍କା ଲେଖାଁଏ ୬ହଜାର ଓ ରନର୍ସ ଅପ୍ ୪ଟି ଟିମକୁ ୧ହଜାର ଲେଖାଁଏ ୪ହଜାର ଟଙ୍କା ଅର୍ଥରାଶି ପୁରସ୍କାର ଘୋଷଣା କରିଛନ୍ତି ଏସ.ପି. ଶ୍ରୀ ଶର୍ମା । ସେହିପରି ସ୍ଳୋ ସାଇକେଲ ରେସ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ୧ହଜାର, ଦ୍ୱିତୀୟ ସ୍ଥାନକୁ ୭ଶହ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ୫ଶହ ଟଙ୍କା ଅର୍ଥରାଶି ରଖାଯାଇଛି । ଚାଲିବା ପ୍ରତିଯୋଗିତାର ଦୁଇଟି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ୧ହଜାର ଲେଖାଁଏ ୨ହଜାର ଟଙ୍କା, ଦ୍ୱିତୀୟ ସ୍ଥାନକୁ ୭ଶହ ଲେଖାଁଏ ୧୪ଶହ ଏବଂ ତୃତୀୟ ସ୍ଥାନକୁ ୫ଶହ ଲେଖାଁଏ ୧ହଜାର ଟଙ୍କା ଅର୍ଥରାଶି ରଖାଯାଇଥିବା ବେଳେ ଭଲିବଲ ପ୍ରତିଯୋଗିତା ବିଜେତା ଟିମକୁ ୫ହଜାର ଏବଂ ରନର୍ସ ଅପ୍ ଟିମକୁ ୩୫୦୦ଟଙ୍କା ଘୋଷଣା କରିଛନ୍ତି । ସେହିପରି ମିନି ମାରାଥନ ଦୈାଡ ପ୍ରତିଯୋଗିତାରେ ପ୍ରଥମ ବିଜେତାଙ୍କୁ ୮ହଜାର ଟଙ୍କା,ଦ୍ୱିତୀୟ ସ୍ଥାନକୁ ୫ହଜାର ଏବଂ ତୃତୀୟ ସ୍ଥାନକୁ ୩ହଜାର ଟଙ୍କା ସହ ୪ର୍ଥରୁ ଦଶମ ସ୍ଥାନ ପର୍ଯ୍ୟନ୍ତ ୭ଜଣଙ୍କୁ ୧ହଜାର ଟଙ୍କା ଲେଖାଁଏ ୭ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ ଏବଂ ଟ୍ରାଇ ସାଇକେଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧ହଜାର, ଦ୍ୱିତୀୟ ସ୍ଥାନକୁ ୭ଶହ ଓ ତୃତୀୟ ସ୍ଥାନକୁ ୫ଶହ ଟଙ୍କା ପ୍ରଦାନ କରାଯିବ । ସେହିପରି ଶକ୍ତି ଭାର ଉତୋଳନ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨ଜଣ ବିଜେତାଙ୍କୁ ୨ହଜାର ଟଙ୍କା ଲେଖାଁଏ ୪ହଜାର ଟଙ୍କା, ଦ୍ୱିତୀୟ ସ୍ଥାନକୁ ୧୫ଶହ ଟଙ୍କା ଲେଖାଁଏ ୩ହଜାର ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ୨ଜଣ ବିଜେତାଙ୍କୁ ୧୨ଶହ ଟଙ୍କା ଲେଖାଁଏ ୨୪ଶହ ଟଙ୍କା ଅର୍ଥରାଶି ଆସନ୍ତା ୧୮ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଳାସ୍ତରୀୟ ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା ମଂଚରେ ପ୍ରଦାନ କରାଯିବ ବୋଲି ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.