ଭାରତ ଯୋଡ଼ ଯାତ୍ରାର ଶେଷ ଦିନରେ ଯୋଗ ଦେବାକୁ ୨୧ ବିରୋଧୀ ଦଳଙ୍କୁ ନିମନ୍ତ୍ରଣ କଲା କଂଗ୍ରେସ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଶେଷ ହେବାକୁ ଯାଉଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ଏହି ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାକୁ ୨୧ ବିରୋଦୀ ଦଳଙ୍କୁ ଚିଠି ନିମନ୍ତ୍ରଣ କଲା କଂଗ୍ରେସ। ଗତବର୍ଷ ସେପ୍ଟେମ୍ବର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଜାନୁଆରୀ ୩୦ ତାରିଖରେ ଶ୍ରୀନଗରରେ ଶେଷ ହେବ।

Omkar Vasthu
Omkar Vasthu

ଏହି ଉଦ୍ଯାପନୀ ଉତ୍ସବରେ ଯୋଗ ଦେବାକୁ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ୨୧ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଖଡ଼ଗେ ଲେଖିଛନ୍ତିଯାତ୍ରା ଆରମ୍ଭ ହେବା ଦିନ ଠାରୁ ଆମେ ଭାରତକୁ ଭଲପାଉଥିବା ଲୋକଙ୍କୁ ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରିଆସୁଛୁ। ମୁଁ ଜାଣିଛି ଯେ ରାହୁଲ ଗାନ୍ଧୀଙ୍କର ନିମନ୍ତ୍ରଣ କ୍ରମେ ବିଭିନ୍ନ ସ୍ଥିତିରେ ବିଭିନ୍ନ ଦଳର ସାଂସଦମାନେ ଏହି ଯାତ୍ରାରେ ଚାଲିସାରିଛନ୍ତି। ଜାନୁଆରୀ ୩୦ ମଧ୍ୟାହ୍ନରେ ଶ୍ରୀନଗରେ ଭାରତ ଯୋଡ଼ ଯାତ୍ରାରର ଶେଷ ଦିନରେ ଯୋଗ ଦେବାକୁ ମୁଁ ବ୍ୟକ୍ତିଗତ ଭାବେ ଆପଣମାନଙ୍କୁ ନମନ୍ତ୍ରଣ କରୁଛି।

Pearl dental clinic
Near Ashish Medical Store, Bhawanipatna

ତେବେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ସେ ମହାତ୍ମା ଗାନ୍ଧୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି। ଯିଏକି ଘୃଣା ହିଂସା ବିରୋଧରେ ଜୀବନସାରା ଅବିରତ ଲଢେଇ କରି ସେବି ଦିନ(ଜାନୁଆରୀ ୩୦)ରେ ପ୍ରାଣ ହରାଇଥିଲେ। ତା ସହିତ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସିଧା ସଳଖ ବିରୋଧୀଙ୍କ ସ୍ୱର ପହଞ୍ଚାଇବାକୁ ଏହି ଯାତ୍ରା ସହଯୋଗ କରିବ। କାରଣ ସଂସଦରେ ଗଣମାଧ୍ୟମରେ ବିରୋଧୀଙ୍କ ସ୍ୱର ଦବାଇ ଦିଆଯାଉଛି। ଆଉ ଏହି ଯାତ୍ରା ସିଧା ନେତାଙ୍କୁ ଲକ୍ଷ ଲୋକଙ୍କ ସହ ଯୋଡ଼ୁବ ବୋଲି ଖଡ଼ଗେ ଚିଠିରେ ଉଲ୍ଲେଖ କରିଛନ୍ତି

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.