ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ ଏ ମାସର ଶେଷ ସୁଦ୍ଧା ଅବସର ନେବାକୁ ଯାଉଥିବାବେଳେ ଆଜି ଲାଞ୍ଜିଗଡ଼ରୋଡ ଠାରେ ତାଙ୍କୁ ଅବସର ପୂର୍ବ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଲାଞ୍ଜିଗଡ଼ରୋଡ଼ ସିଆରସିସି ପ୍ରକାଶ ଚନ୍ଦ୍ର ପଧାନଙ୍କ ତତ୍ବାବଧାନରେ ଲାଞ୍ଜିଗଡ଼ରୋଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତରୁଣ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଅରକ୍ଷିତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମଲୋଚନ ସୁନା, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପ ସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ଲାଞ୍ଜିଗଡ ବ୍ଲକ ଶିକ୍ଷକ ସଂଘର ସଭାପତି ଦେବେନ୍ଦ୍ର ବିଶ୍ୱାଳ, ଉପସଭାପତି ଦୁଃଶାସନ ଦାସ, ସଂପାଦକ ପ୍ରମୋଦ କୁମାର ମହାନ୍ତି, ଲାଞ୍ଜିଗଡରୋଡ ୟୁପି ସ୍କୁଲର ପ୍ରଧାନଶିକ୍ଷକ ନଗେନ୍ଦ୍ରନାଥ ପଟ୍ଟନାୟକ, ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ, ମସ୍କାଗୁଡ଼ା ପୂର୍ବତନ ସିଆରସିସି ତଥା ଯୁବ ଲେଖକ ସୁଧୀର କୁମାର ଧଙ୍ଗଡାମାଝୀ, ଭୁର୍ଟିଗଡ ହାଇସ୍କୁଲର ପ୍ରଧାନଶିକ୍ଷକ ବସନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଲାଞ୍ଜିଗଡ଼ ବ୍ଲକରେ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଯୋଗ ଦେବା ପରଠାରୁ ଶ୍ରୀ ନାଏକ ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛନ୍ତି । ତାଙ୍କ ସମୟରେ ବ୍ଲକର ଶତାଧିକ ସ୍କୁଲର ଭିତ୍ତିଭୂମି ସୁଦୃଢ ହୋଇପାରିଥିବାବେଳେ ଶିକ୍ଷକ ସମସ୍ୟାର ମଧ୍ୟ ସମାଧାନ ହୋଇପାରିଛି । ସେହିପରି ତାଙ୍କ ସମୟରେ ଶିକ୍ଷାର ମାନରେ ଉନ୍ନତି ଘଟିବା ସହିତ ପାଞ୍ଚରୁ ଅଧିକ ସ୍କୁଲ ଗାରିମା ପୁରସ୍କାର ପାଇପାରିଛନ୍ତି । ତାଙ୍କର ଏସବୁ ଅବଦାନକୁ ଦୃଷ୍ଟିରେ ରଖି ଆଜି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଲାଞ୍ଜିଗଡ଼ରୋଡ଼ ଓ ମସ୍କାଗୁଡ଼ା କ୍ଲଷ୍ଟର ଅଞ୍ଚଳରୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ନାଏକଙ୍କ ଅବସର ପୂର୍ବ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିବା ବେଳେ ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ବିଭୁତି ଭୂଷଣ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ।