ଓଡ଼ିଆ ହକି ଖେଳାଳିଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ହକି ମହାକୁମ୍ଭ । ମ୍ୟାଚ ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ଭାରତୀୟ ପୁରୁଷ ହକି ଟିମରେ ସାମିଲ ହୋଇଥିବା ଦୁଇ ଓଡ଼ିଆ ହକି ଖେଳଳିଙ ଅମିତ ରୋହିଦାସ ଏବଂ ନୀଲମ ସଂଜୀପ୍ ଖେସଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ଅମିତ ଏବଂ ନୀଲମ ଭାରତୀୟ ଟିମ ପକ୍ଷରୁ ଆଜି ସ୍ପେନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବେ । ଆଜି ଭାରତ ଏହାର ପ୍ରଥମ ମ୍ୟାଚ ଖେଳିବ । ମ୍ୟାଚ ସନ୍ଧ୍ୟାରେ ଆରମ୍ଭ ହେବ । ରାଉରକେଲା ବିର୍ସାମୁଣ୍ଡା ଷ୍ଟଡିୟମରେ ଭାରତ ପ୍ରଥମ ମ୍ୟାଚରେ ସ୍ପେନକୁ ଭେଟିବ । ହକି ଜନ୍ମମାଟିରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖିଛି ଭାରତ । ପ୍ରଥମ ଦିନରେ ୪ଟି ଲିଗ୍‌ ମ୍ୟାଚ ଖେଳାଯିବ । କଳିଙ୍ଗ ଷ୍ଟାଡ଼ିୟମରେ ଅପରାହ୍ଣ ୧ଟାରେ ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକାକୁ ଭେଟିବ। ପରେ ଅପରାହ୍ଣ ୩ଟାରେ ଦ୍ବିତୀୟ ମ୍ୟାଚ ଅଷ୍ଟ୍ରେଲିଆ-ଫ୍ରାନ୍‌ସ ମଧ୍ୟରେ ଖେଳାଯିବ । ସେପଟେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଦେଖିବାକୁ ମିଳିବ ହାଇ ଭୋଲଟେଜ୍‌ ହକି ମ୍ୟାଚ୍‌  । ଅପରାହ୍ଣ ୫ଟାରେ ଇଂଲଣ୍ଡ-ୱେଲସକୁ ଭେଟିବାବେଳେ ରାତି ୭ଟାରେ ଭାରତ-ସ୍ପେନକୁ ଭେଟିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.