ଦୁର୍ଗମ ତିଜମାଳି ଗସ୍ତରେ ଥୁଆମୂଳ ରାମପୁର ବିଡ଼ିଓ

ଓଡ଼ିଆ ବାର୍ତ୍ତା / ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ସ୍ଥିତ ତିଜମାଳି ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାଏକ। ବିଡ଼ିଓଙ୍କ ସହ ଏହି ଗସ୍ତ ସମୟରେ ଡବ୍ଳୁଇଓ ଗଙ୍ଗାଧର ବେହେରା, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଜ୍ଞାନରଞ୍ଜନ ଭୋଇ ପ୍ରମୁଖ  ତଲାମପଦର ଗ୍ରାମପଞ୍ଚାୟତ ତିଜମାଳି ଗ୍ରାମକୁ ପାହାଡ ପର୍ବତ ବାଟ ଅତିକ୍ରମ କରି ପହଞ୍ଚି ଥିଲେ। ବିଡ଼ିଓଙ୍କ ଗସ୍ତ ପରେ ଏହି ଦୁର୍ଗମ ଅଞ୍ଚଳବାସୀଙ୍କ ବହୁ ଦିନ ଅପେକ୍ଷାର ଅନ୍ତ ଘଟିପାରେ ବୋଲି ଆଶା କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତିଜମାଳି ଗ୍ରାମକୁ ନା ରହିଛି କୌଣସି ପାଦଚଲା ରାସ୍ତା, ଗ୍ରାମ ପାଇଁ ପିଚୁ ରାସ୍ତା ସାତ ସପନ ଏହି ସବୁ ସମସ୍ୟା ଗୁଡିକକୁ ନେଇ ଖବର କାଗଜରେ ପ୍ରସାରିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଅଗମ୍ଯ ଗ୍ରାମଗୁଡିକର ପରିଦର୍ଶନ ପାଇଁ ବିଡିଓ ତାଙ୍କ ସହ କର୍ମୀଚାରୀମାନଙ୍କ ସହିତ ବାହାରିଥିଲେ। ଯେଉଁ ସ୍ଥାନଟି କି ସମୁଦ୍ର ପତ୍ତନ ଠାରୁ ୧୧୪୨ ମିଟର ଉଚ୍ଚତା ରହିଛି। ତିଜମାଳି ଗ୍ରାମକୁ ଯିବାକୁ ହେଲେ ନାକରୁଣ୍ତି ଗ୍ରାମପଞ୍ଚାୟତ ଆମଝୋଲାର ଘାଟି ରାସ୍ତାକୁ ଅତିକ୍ରମ କରିବାକୁ ପଡେ ତାହାପୁଣି ପ୍ରାୟ ୬ କିଲୋମିଟର ଘାଟିରାସ୍ତା ତିଜମାଳିର ନିଜସ୍ୱ ଗ୍ରାମପଞ୍ଚାୟତ ତଲାମପଦର କିନ୍ତୁ ଗ୍ରାମପଞ୍ଚାୟତ କୁ ସଂଯୋଗ ହେଲା ଭଳି କୌଣସି ରାସ୍ତା ନଥିଲେ ହେଁ ଉପର ଆମପଦର ଗ୍ରାମରୁ ତିଜମାଳି ପର୍ଯ୍ୟନ୍ତ ମନରେଗା  ତରଫରୁ ହୋଇଥିବା ରାସ୍ତା କାମ ଅଧାରେ ବନ୍ଦ ହୋଇ ପଡିଛି। ଲୋକଙ୍କ ପିଡିଏସ ଚାଉଳ ଓ ଅନ୍ଯାନ୍ଯ ସାମଗ୍ରୀ ଇତ୍ୟାଦି ପାଇଁ ନାକରୁଣ୍ତିରୁ ବିପଦ ସଙ୍କୁଳ ଘାଟି ରାସ୍ତାରେ ଯିବାକୁ ପଡୁଛି। ଏଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ତିଜମାଳି ଗ୍ରାମକୁ ବିଡିଓ ମହାଶୟ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ପାନୀୟ ଜଳ ସୁବିଧା ପାଇଁ ପ୍ରାୟତଃ ଲୋକେ ଅଭିଯୋଗ କରିଥିବାରୁ ତା ଉପରେ ଶୀଘ୍ର ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ବିଡିଓ ଶ୍ରୀ ନାଏକ ଜଣାଇଥିଲେ। ରାସ୍ତା ସଂଯୋଗୀକରଣ ପାଇଁ ତିଜମାଳି ଠାରୁ ଆମଝୋଲା ଗ୍ରାମର ମନରେଗା କାମ ନିରୀକ୍ଷଣ କରିଥିଲେ।

Udyog Nursery
Udyogi Nursery

ଆଗାମୀ ଦିନରେ କିଭଳି ସୂଚାରୁ ରୂପେ ଗ୍ରାମବାସୀ ସମସ୍ତ ମୌଳିକ ଦରକାରୀ ଜିନିଷ ପାଇପାରିବେ ତଥା ରାସ୍ତା ସଂଯୋଗୀକରଣ ପାଇଁ କିଭଳି ପ୍ରଚେଷ୍ଟା ରହିବ ସେ ବିଷୟରେ ଏକ ଆଲୋଚନା ଗ୍ରାମବାସୀଙ୍କ ଗହଣରେ ହୋଇଥିଲା ଏବଂ ଆଗାମୀ ଦିନରେ ସମସ୍ତ ସୁବିଧା ସୁଗମରେ କିଭଳି ଉପଲବ୍ଧ ହେବ ସେବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଚେଷ୍ଟା ରହିବ। ତେବେ ଏହା ଦେଖିବାକୁ ବାକି ରହିଲା। ବିଡିଓ ଶ୍ରୀ ନାଏକ ଦୁର୍ଗମ ଅଞ୍ଚଳ ପରିଦର୍ଶନ ପରେ କ’ଣ ସବୁ ମୌଳିକ ସୁବିଧା ଅଞ୍ଚଳ ବାସୀଙ୍କୁ ଯୋଗାଇଦେଉଛନ୍ତି ତାହା ବୁଦ୍ଧିଜୀବୀ ମହଲରେ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.