ଭୂକମ୍ପରେ ଥରିଲା ଇଣ୍ଡୋନେସିଆ – Odia News

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ଦ୍ୱୀପରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ଦ୍ୱୀପରେ ଭୂମିକମ୍ପ ହେବା ଯୋଗୁଁ ସୁନାମୀ ହେବା ନେଇ ଲୋକଙ୍କୁ ସଚେତନ କରାଯାଇଛି ।

ମିଳିଥିବା ତଥ୍ୟ ଅନୁସାରେ ଆଜି ସକାଳ ସାଢ଼େ ୬ଟାରେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ୧୨୦ କିମି ଉତ୍ତର-ପୂର୍ବରେ ସମତଳ ଅଞ୍ଚଳରେ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଏହି ଭୂମିକମ୍ପରେ ଇଣ୍ଡୋନେସିଆରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନାହିଁ । ହେଲେ ସୁନାମୀ ହେବା ନେଇ ସତର୍କତା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.