ଖଳା ନିର୍ମାଣ ପ୍ରାପ୍ୟ ପାଇବା ଦାବିରେ ଆମରଣ ଅନଶନ

ପ୍ରାପ୍ୟ ନମିଳିବା ପର୍ଯ୍ୟନ୍ତ ଧାରଣରେ ବସିବାକୁ ଚେତାବନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ପଂଚାୟତରେ ଧାନଖଳା ନିର୍ମାଣର ୨ ବର୍ଷ ପରେ ମଧ୍ୟ ଟଙ୍କା ମିଳି ନଥିବାରୁ ବୁଧବାର ସକାଳରୁ କାମରେ ନିୟୋଜିତ ମେଟ୍ ଓ ଶ୍ରମିକମାନେ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, କର୍ଲାମୁଣ୍ଡା ବ୍ଲକର ୧୨ଟି ପଂଚାୟତର ବିଭିନ୍ନ ସ୍ଥାନରେ ଧାନଖଳା ନିର୍ମାଣ ପାଇଁ ପ୍ରତିଖଳାକୁ ୭ ଲକ୍ଷ ୩୨ ହଜାର ଟଙ୍କା ଲେଖାଏଁ ମୋଟ ୮୭ ଲକ୍ଷ ୮୪ ହଜାର ଟଙ୍କା ଅନୁଦାନ ଆସିଥିଲା । ଏଥିରେ ବ୍ଲକର ତେରେସିଂହା କଲୋନୀପଡା,କର୍ଲାମୁଣ୍ଡା ପଂଚାୟତ ର କର୍ଲାମୁଣ୍ଡା ବସ୍ତି ପାଣି ପଂଚାୟତ କାର୍ଯ୍ୟାଳୟ ନିକଟରେ,ଗଜବାହାଲ ପଂଚାୟତ ର ଅବୁଜବାହାଲ ଡୁଙ୍ଗୁରୀ ଠାରେ,ରିଂଜା ପଂଚାୟତ ର ରେଙ୍ଗାଲି,ରେଗେଡା ପଂଚାୟତ ର ରେଗେଡା ଠାରେ,ଯୋରାଡବ୍ରା ପଂଚାୟତ ର ଯୋରାଡବ୍ରା ଠାରେ ନିର୍ମାଣ ହୋଇଥିଲା । କାର୍ଯ୍ୟ ସଂପାଦନର ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କାମ କରିଥିବା ଶ୍ରମିକ,ମେଟ୍ ଓ ବିଭିନ୍ନ ସାମଗ୍ରୀ ତଥା ଭଡା ବାବଦକୁ ଟଙ୍କା ପାଉନଥିବାରୁ ମେଟ୍‌ମାନେ ଆମରଣ ଅନଶନରେ ବସିଲୁ ବୋଲି କପିନ୍ଦ୍ର ରଣା,ବିରଂଚି ରଣା,ଶଶିଭୂଷଣ ସାହୁ,ଉତମ ରଣା,ଅର୍ଜୁନ ସାହୁ ପ୍ରମୁଖ କହିଛନ୍ତି । ତେବେ ଖବର ଲେଖାହେବା ପର୍ଯ୍ୟନ୍ତ , ଆମରଣ ଅନଶନ ସ୍ଥଳକୁ କୌଣସି ବ୍ଲକ ଅଧିକାରୀ ଆସି ନଥିବା ର୍ଦୁଭାଗ୍ୟର ବିଷୟ ବୋଲି ଆମରଣ ଅନଶନରେ ବସିଥିବା ବ୍ୟକ୍ତିମାନେ କହିଛନ୍ତି । ଅନ୍ୟପଟେ ଗତ ସେପ୍ଟେମ୍ବର ମାସରେ ଉକ୍ତ ବ୍ୟକ୍ତିବାନେ ଧାରଣାରେ ବସିଥିଲେ ଓ ତତ୍କାଳୀନ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା ଏକ ମାସ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି କହିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏନେଇ ସ୍ଥାନୀୟ ବିଡିଓ ସୁଚରିତା ମୁଗ୍ରୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ଆଜି ସନ୍ଧ୍ୟାରେ ରିଷିଡା ଗସ୍ତରେ ଆସିଥିବା ରାଜ୍ୟସଭା ସାଂସଦ ସୁଜିତ କୁମାର ଧାରଣା ସ୍ଥଳକୁ ଯାଇ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରି ଏସଂପର୍କରେ ଜିଲ୍ଲାପାଳ ଙ୍କ ସହିତ କଥାହୋଇ ସମସ୍ୟା ର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ମାନେ ଧାରଣା ଜାରି ରଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.