ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ରିଷିଡା ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ରାଜ୍ୟସଭା ସାଂସଦ ସୁଜିତ କୁମାର ବୁଧବାର କର୍ଲାମୁଣ୍ଡା ବ୍ଲକର ରିଷିଡା ଗସ୍ତରେ ଆସି ପହଞ୍ଚିଥିଲେ । କେସିଙ୍ଗା-କର୍ଲାମୁଣ୍ଡା ସୀମା ପୁଟିଗାଁ ଛକ ଠାରେ ଦଳୀୟ କର୍ମୀମାନେ ତାଙ୍କୁ ଉଚ୍ଛସିତ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ତା’ପରେ ସାଂସଦ ତେରେସିଂହା କୌଶିକ ବାବା ଡିଗ୍ରୀ କଲେଜ ପରିଦର୍ଶନ କରିଥିଲେ । ଏହାପରେ ସେ ରିଷିଡା ଆସିଥିଲେ । ରିଷିଡାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ପରିଦର୍ଶନ କରି ଗଜବାହାଲକୁ ଯାଇଥିଲେ । ପରେ ଶ୍ରୀ କୁମାର ରିଷିଡାକୁ ପ୍ରତ୍ୟାବର୍ତନ କରି ପଂଚାୟତ କାର୍ଯ୍ୟାଳୟ ଠାରେ ସରପଂଚ ଓ ଅନ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ ।

ଏହି ଅବସରରେ ରିଷିଡା ଯୁବାମଂଚ ତରଫରୁ ସାଂସଦଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସ୍ଥାନୀୟ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଯାଇଥିଲା । ସାଂସଦଙ୍କ ସହ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ରିଷିଡା ସରପଂଚ ସେବତୀ ରଣା, ରିଷିଡା ସମିତି ସଭ୍ୟ ସିନୁ ବେହେରା, ରେଗେଡା ସରପଂଚ ଦିପ୍ତିମୟୀ ସାହୁ, ଏସ୍‌.ମାଲପଡା ସରପଂଚ ବରୁଣ ଛତ୍ରିଆ, ବୋରପଦର ସରପଂଚ ସୁବାଷ ସାହୁ, ପୌରକେଲା ସରପଂଚ ଯଶୋସ୍ୱିନୀ ଧରୁଆ, ଗଜବାହାଲ ସରପଂଚ ଅରବିନ୍ଦ ଗହୀର, ରାଜପୁର ସରପଂଚ କୌଶଲ୍ୟା ରଣା ପ୍ରମୁଖ ଯୋଗଦେଇଥିଲେ ।

ଏଥିରେ ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ଯୁବ ବିଜେଡି ଜିଲ୍ଲା ସଭାପତି ଆଦିତ୍ୟ ନନ୍ଦ, ଯୁବ ବିଜେଡି ରାଜ୍ୟ ଉପସଭାପତି ମଂଟୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ସାଂସଦଙ୍କୁ ରିଷିଡା ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ସଭାପତି ନନ୍ଦକିଶୋର ରଣା, ସମ୍ପାଦକ ନରୋତ୍ତମ ସେଲମା, ଅନ୍ତର୍ଯ୍ୟାମୀ ସାହୁ, ଭୋଳାନାଥ ମହାନନ୍ଦ ଓ ଯୁବମଞ୍ଚ ପକ୍ଷରୁ ସଭାପତି ରଞ୍ଜନ ନାଏକ, ସମ୍ପାଦକ ବୁଲୁ ଭୋଇ, ସାଙ୍ଗଠାନିକ ସମ୍ପାଦକ ସୋନୁ ରଣା, ପୌରକେଲା ପୂର୍ବତନ ସମିତି ସଭ୍ୟ ସିମାଞ୍ଚଳ ଭୋଇ, ଛାତ୍ର ବିଜେଡି ବ୍ଲକ ସଭାପତି ସଲିମ ଶେଖର ରଣା, ତାରାଚନ ପୋଡ଼, ବବଲୁ ଦଣ୍ଡସେନା, କୈଳାଶ କୁମୁରା ପ୍ରମୁଖ ସାଂସଦଙ୍କୁ ଭେଟିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.