ହକି ବିଶ୍ବକପ୍: ମାଲେସିଆକୁ ହରାଇ କ୍ୱାର୍ଟରରେ ସ୍ପେନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ବକପର ପ୍ରଥମ କ୍ରସଓଭର ମୁକାବିଲାରେ ସ୍ପେନ ପେନାଲ୍ଟି ଶୁଟ ଆଉଟରେ ମାଲେସିଆକୁ ହରାଇ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ଫଳାଫଳ ପାଇଁ ପେନାଲ୍ଟି ଶୁଟଆଉଟର ସହାୟତା ନିଆ ଯାଇଥିଲା । ଏଥିରେ ମାଲେସିଆକୁ ୩ଟି ଗୋଲ ସ୍କୋର କରିଥିବା ବେଳେ ସ୍ପେନ ୪ଟି ଗୋଲ ଦେଇ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ସ୍ପେନ ୨୪ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ । ପ୍ରଥମ ୨ଟି କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା । ତୃତୀୟ କ୍ୱାର୍ଟରରେ ସାରି ଫୈଜଲ ମାଲେସିଆ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ଏହା ପରେ ୪୦ ଓ ୪୧ତମ ମିନିଟରେ ମିରାଲେସ ମାର୍କ ଓ ଗିସପର୍ଟ ଜାଭିୟର ୨ଟି ଗୋଲ କରି ସ୍ପେନକୁ ୨-୧ରେ ଅଗ୍ରଣୀ କରାଇଥିଲେ । ୪୮ତମ ମିନିଟରେ ସିଏଭିରିୟସଙ୍କ ଗୋଲ ବଳରେ ମ୍ୟାଚ ସମାନ ସ୍ଥିତିକୁ ଆସିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.