ଫୁଟିଲା ବୋମା, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ସନ୍ନି ଲିଓନି


ଇମ୍ଫାଲ : ମଣିପୁରର ରାଜଧାନୀ ଇମ୍ଫାଲରେ ବିସ୍ଫୋରଣ । ଇମ୍ଫାଲରେ ଏକ ଫ୍ୟାଶନ୍‌ ଶୋ’ ଆୟୋଜନ ହୋଇଥିଲା  । ଏଥିରେ ଯୋଗ ଦେଇଥାନ୍ତେ ବଲିଉଡ କୁଇନ୍‌ ସନ୍ନି ଲିଓନି  । ହେଲେ ଆୟୋଜନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଥିଲା ଅଘଟଣ  । ଫ୍ୟାଶନ ଶୋ’ ନିକଟରେ ଫୁଟିଥିଲା ବୋମା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀ ସନ୍ନିଲିଓନି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭିତ ହୋଇଯାଇଛନ୍ତି । ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ , ଇମ୍ଫାଲର ପୂର୍ବ ଜିଲ୍ଲା ହପ୍ତା କାଙ୍ଗଜିବାଙ୍ଗରେ ଫ୍ୟାଶନ ଶୋ’ ଆୟୋଜନ ସ୍ଥଳରେ ବିସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ଫୋରଣ ଚାଇନିଜ୍‌ ଗ୍ରେନେଡ୍ ଭଳି ଉପକରଣରୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । କିନ୍ତୁ ବିସ୍ଫୋରଣ ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ରବିବାର ଦିନ ଏହି ଫ୍ୟାଶନ୍‌ ଶୋ’ ଆୟୋଜନ ହେବାର ଥିଲା। ଏଥିରେ ଅତିଥି ଭାବେ ସନ୍ନି ଲିଓନି ଯୋଗ ଦେଇଥାନ୍ତେ। ହେଲେ ଯୋଗ ଦେବା ପୂର୍ବରୁ ଏହି ଅଘଟଣ ଘଟିଥିଲା  । ବର୍ତ୍ତମାନ ସନ୍ନି ଲିଓନି ସୁରକ୍ଷିତ ଥିବା ନେଇ ପ୍ରଶଂସକଙ୍କ ମାନେ ବେଶ୍‌ ଖୁସି ପ୍ରକାଶ କରିଛନ୍ତି  ।

ଏହା ପୂର୍ବରୁ ମଧ୍ୟ ମଣିପୁରର ଉଖରୁଲ ଜିଲ୍ଲାରେ ବିସ୍ଫୋରଣ ଘଟିଥିଲା  । ଜାନୁଆରୀ ୨୫ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଏହି ବିସ୍ଫୋରଣ ହୋଇଥିଲା। ଗାନ୍ଧୀ ସର୍କଲରେ ଆଇଡି ଜରିଆରେ ଏହି ବିସ୍ଫୋରଣ କରାଯାଇଥିଲା। ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ବେଳେ  ଆଖପାଖରେ ଥିବା କାର୍‌ ଓ ଅନ୍ୟ ଗାଡିଗୁଡିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି  ।

 




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.