ପରଲୋକରେ ମାଣ୍ଡେଲ ସରପଞ୍ଚଙ୍କ ପିତା ତଥା ବିଶିଷ୍ଟ ଯାଦବ ନେତୃତ୍ବ ଖଗେଶ୍ବର ଜାଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମର ବିଶିଷ୍ଟ ଯାଦବ ନେତୃତ୍ବ ଖଗେଶ୍ବର ଜାଲଙ୍କ ଦେହାନ୍ତ ହୋଇଯାଇଛି। ସେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ପିତା ତଥା ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ନର୍ଲା ଯାଦବ ଭବନ ନିର୍ମାଣ ପାଇଁ ସେ ଭୂମୀଦାନ କରି ଅମର ହୋଇ ଯାଇଛନ୍ତି। ଆଜି ସଂପୂର୍ଣ୍ଣ ମର୍ଯ୍ୟଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପଦ୍ମଲୋଚନ ଓ ରୋମାଞ୍ଚଳ, ପୁତ୍ରବଧୂ ଜ୍ୟୋତ୍ସ୍ନା ଓ କସ୍ତୁରୀ, ଦୁଇ ଝିଅ, ନାତିନାତୁଣୀ ଏବଂ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ଶବ ସତ୍କାର ସମୟରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡାମାଝୀ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ, ପୂର୍ବତନ ବ୍ଲକ ସଭାପତି ଟଙ୍କଧର ଭୋଇ, ଯାଦବ ନେତୃତ୍ବ ଗିରିଧାରୀ ଗଉଡ, ମଧୁସୂଦନ ରାଉତ, ମାଧବ ନାଗ, ଅଜିତ କରୁଆଁ, ଅଖିଳ ଚନ୍ଦ୍ର ରାଉତ, ପଙ୍କଜ ବଗର୍ତ୍ତିଙ୍କ ସମେତ ସୁମନ୍ତ ପୁଝାରୀ, ଅଶୋକ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ପଦ୍ମଲୋଚନ ଭୋଇ, ଗୋପିନାଥ ଥପା, ବଦ୍ରିନାରାୟଣ ନାଗ, ଡିସେମ୍ବର ବାଗ ଏବଂ ଛତିଶ ପାଟକର ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଜ୍ୟୋଷ୍ଠ ପୁତ୍ର ପଦ୍ମଲୋଚନ ଜାଲ ଓ କନିଷ୍ଠ ପୁତ୍ର ରୋମାଞ୍ଚଳ ଜାଲ ମୁଖାଗ୍ନୀ ଦେଇଥିଲେ। ଖଗେଶ୍ବର ଜାଲଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.