ମହୁଲପାଟଣାଠାରେ କଳାହାଣ୍ଡି ସାମ୍ବାଦିକ ୟୁନିଅନର ବନ୍ଧୁ ମିଳନ ସମାରୋହ

ସ୍ୱର୍ଗତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜୟପାଟଣା ବ୍ଲକର ମହୁଲପାଟଣା ଠାରେ କଳାହାଣ୍ଡି ସାମ୍ବାଦିକ ୟୁନିଅନର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆ ବର୍ଷ ୨୦୨୩ରେ ଏହା ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ । ଇତ୍ୟବସରରେ ଏକ ସଭାର ଆୟୋଜନ କରାଯାଇଥିଲା । କଳାହାଣ୍ଡି ସାମ୍ବାଦିକ ୟୁନିଅନର ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଯୋଗଦାନ କରିଥିଲେ । ଆୟୋଜକ ଜୟପାଟଣା ୟୁନିଟ ତରଫରୁ ମୁଖ୍ୟ ଅତିଥି ଲାଞ୍ଜିଗଡ ବିଧାୟକ ଓ କଳାହାଣ୍ଡି ସାମ୍ବାଦିକ ୟୁନିଅନର ସଭାପତିଙ୍କୁ ସ୍ମୃତି ଚିହ୍ନ ସ୍ୱରୁପ କାଷ୍ଟ ତିଆରି ଉନ୍ନତ କାରିଗରୀ ଯୁକ୍ତ ଅଗ୍ରପୂଜ୍ୟ ଗଣେଶଙ୍କ ପ୍ରତିମୁର୍ତ୍ତି ଅର୍ପଣ କରାଯାଇଥିଲା । ପ୍ରଥମେ ସଭାପତି ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସାମ୍ବାଦିକ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ ପଣ୍ଡା, ୟୁନିଅନର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂଦେଓ, ଆଇନ ପରାମର୍ଶଦାତା ହିମାଂଶୁ ଶେଖର ବରାଡ, ମନ ପଧାନ ପ୍ରମୁଖ ମଞ୍ଚାସିନ ରହି ସଂଘର ବିଭିନ୍ନ ସମସ୍ୟା ଆଲୋଚନା କରିବା ସହିତ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବୀ ଉପସ୍ଥାପନ କରି ଏହାର ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ସରକାରଙ୍କ ଦୃଷ୍ଟିଗୋଚରକୁ ଆଣିବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ । ଗତ ବର୍ଷ ଏହି ଦିନ ଫେବୃଆରୀ ୫ରେ  ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ୟୁନିଅନର ସଦସ୍ୟ ରୋହିତ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ କାମନା କରାଯାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଆୟୋଜକ ଜୟପାଟଣା ୟୁନିଟର ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ପ୍ରବୀର ବେହେରା (ବୁନୁ), ନିହାର ରଞ୍ଜନ ବେହେରା, ପ୍ରଭାକର ପଟ୍ଟନାୟକ, କୋକସରାର ଭଦ୍ରାଞ୍ଚଳ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତା ପର୍ଯ୍ୟାୟର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଲାଞ୍ଜିଗଡରେ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ମିଶ୍ର ଘୋଷଣା କରିଥିଲେ । ଶେଷରେ ସାମ୍ବାଦିକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.