୨ କିଲୋମିଟର ରେଳ ଟ୍ରାକ ଚୋରି, ୨ RPF ଅଧିକାରୀ ନିଲମ୍ବିତ

ଓଡ଼ିଆ ବାର୍ତ୍ତା/ ପାଟଣା: ବିହାରରେ ରେଳ ଲାଇନ୍ ଟ୍ରାକ ଚୋରି ମାମଲା ସାମ୍ନାକୁ ଆସିଛି। କିଛି ମାସ ପୂର୍ବରୁ ଚୋରମାନେ ବିହାରର ରୋହତସ ଜିଲ୍ଲାରେ ଥିବା ଏକ ବ୍ରିଜରେ ଲାଗିଥିବା ଯନ୍ତ୍ରାଂଶ ଚୋରି କରି ନେଇଥିଲେ। ଏଥର କିନ୍ତୁ ଚୋରମାନେ ନିଜେ ରେଳ ଟ୍ରାକ୍ ଚୋରି କରିଛନ୍ତି। ଏହି ଟ୍ରାକ ୨ କିଲୋମିଟରର ବୋଲି ଜଣାପଡିଛି। ଫଟୋରୁ ଜାଣିପାରୁଥିବେ କିଭଳି ଥିଲା ପୂର୍ବର ସ୍ଥିତି ଏବଂ ଏବେର ସ୍ଥିତି। ବିହାରର ସମସ୍ତିପୁର ରେଳ ବିଭାଗ ସହିତ ଏହି ଚୋରି ଘଟଣା ଜଡିତ। ଏଠାରେ ଏକ ବଡ ସ୍କ୍ରାପ୍ ସ୍କାମ ମାମଲା ସାମ୍ନାକୁ ଆସିଛି। କୋଟି କୋଟି ଟଙ୍କାର ସ୍କ୍ରାପ୍ ଟେଣ୍ଡର ନକରି ସମସ୍ତିପୁର ରେଲୱେ ଡିଭିଜନରେ ବିକ୍ରି ହେଉଛି। ଏହି ପରିପ୍ରେକ୍ଷୀରେ, ଆରପିଏଫ ଅଧିକାରୀଙ୍କ ସହଭାଗିତା ଥିବା ସାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରେଳ ବିଭାଗ ବିଭାଗୀୟ ସୁରକ୍ଷା କମିଶନରଙ୍କ ସମେତ ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବିତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିଲମ୍ବିତ ହୋଇଥିବା ରେଳ କର୍ମଚାରୀଙ୍କ ମଧ୍ୟରେ ଜାନଜପୁର ଫାଣ୍ଡି ଦାୟିତ୍ୱରେ ଥିବା ଶ୍ରୀନିବାସ ଏବଂ ମଧୁବାଣୀର ଜମାଦାର ମୁକେଶ କୁମାର ସିଂ ଅଛନ୍ତି। ସମସ୍ତିପୁର ରେଲୱେ ଡିଭିଜନ ଅନୁଯାୟୀ, ପଣ୍ଡାଲ ରେଳ ଷ୍ଟେସନରୁ ଲୋହଟ ସୁଗାଲ ମିଲ୍ ବା ଚିନି କଳ ପର୍ଯ୍ୟନ୍ତ ଏକ ରେଳ ଲାଇନ ନିର୍ମାଣ କରାଯାଇଥିଲା। ଚିନି କଳ ଅନେକ ଦିନ ଧରି ବନ୍ଦ ରହିଛି। ଚିନି କଳ ବନ୍ଦ ହେବା ପରେ ରେଳ ଲାଇନ ବନ୍ଦ ରହିଥିଲା। ଏହି ସମୟରେ ରେଳ ଲାଇନର ସ୍କ୍ରାପକୁ ବେଆଇନ ଭାବେ ହଟାଯାଉଥିବା ଖବର ଆସିଥିଲା। ରେଲୱେ ବୋର୍ଡ ଅନୁଯାୟୀ, ଜାନୁଆରୀ ୨୪ ରେ ଏହି ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆରପିଏଫ୍ ଅଧିକାରୀଙ୍କ ସମେତ ଦୁଇଜଣଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ଏହାର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି। ଯଦି ଉଭୟ ତଦନ୍ତରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହେବ। ରେଳ ବୋର୍ଡ ଅନୁଯାୟୀ, ରେଳ ଲାଇନର ସ୍କ୍ରାପ ଟେଣ୍ଡର ନ ନେଇ ଆରପିଏଫ ଅଧିକାରୀଙ୍କ ସହଭାଗିତା ସହିତ ବିକ୍ରି ହେଉଥିଲା। ତଦନ୍ତ ସମୟରେ ବିକ୍ରି ହୋଇଥିବା କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହି ବିଷୟରେ ଦରଭଙ୍ଗା ଆରପିଏଫ ଫାଣ୍ଡିରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି। ଅନୁସନ୍ଧାନ ପରେ ହିଁ କିଛି ସ୍ପଷ୍ଟ ହୋଇଯିବ। କୁହାଯାଉଛି ଯେ ଉଭୟ ଅଧିକାରୀ ଜାଲିଆତି କରି ସ୍କ୍ରାପ ବିକ୍ରି କରୁଥିଲେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.