ସପ୍ତମ ବେତନ ଦାବି: ଆନ୍ଦୋଳନକୁ ଓହ୍ଲାଇବେ ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ସପ୍ତମ ବେତନ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଋରୀ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । ଅତୀତରେ କ୍ଲବ ଗ୍ରାଣ୍ଟ ଦରମାରେ ୪୦%, ୬୦% ଓ ୭୫% ଭଳି କଷ୍ଟସାଧ୍ୟ ପଥ ଅତିକ୍ରମ କରି ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଋରୀମାନେ ୧.୧.୨୦୨୨ରୁ ଶତ ପ୍ରତିଶତ ଦରମା ପାଇବା ପାଇଁ ସରକାରଙ୍କ ଘୋଷଣା ଅନୁଯାୟୀ ଯୋଗ୍ୟ ବିବେଚିତ ହେଲେ । କିନ୍ତୁ ରାଜ୍ୟ ସରକାର ଏହି ବର୍ଗ ପ୍ରତି ଅଣଦେଖା କରି ୧.୧.୨୦୨୨ରୁ ବେସରକାରୀ ମହାବିଦ୍ୟାଳୟର ବ୍ଲକ ଗ୍ରାଣ୍ଟ ଅଧ୍ୟାପକ ଓ କର୍ମଋରୀମାନଙ୍କ ପାଇଁ ସପ୍ତମ ବେତନ ଘୋଷଣା କଲେ ଓ ସେଥିରେ ଚଞ୍ଚକତା ଭାବରେ ୩୧.୧୨.୨୦୨୧ ସୁଦ୍ଧା ଶତ ପ୍ରତିଶତ ପାଉଥିବା ଅଧ୍ୟାପକ ଓ କର୍ମଋରୀମାନଙ୍କୁ ସାମିଲ କଲେ । ସରକାରଙ୍କ ଘୋଷଣା ଅନୁଯାୟୀ ୨୦୧୮ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଋରୀମାନେ ଗୋଟିଏ ଦିନ ପାଇଁ ସପ୍ତମ ବେତନରୁ ବଞ୍ଚିତ ହେଲେ । ଘୋଷଣାର ୧୩ ମାସ ବିତି ଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଏହି ବର୍ଗର ନ୍ୟାର୍ଯ୍ୟ ଦାବି ପ୍ରତି ଦୃଷ୍ଟି ଦେଇନାହାଁନ୍ତି । ସଂଘ ତରଫରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ସଚିବ, ବିଜେଡ଼ି ସାଂଗଠନିକ ସମ୍ପାଦକଙ୍କୁ ବାରମ୍ବାର ଅବଗତ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅବଶ୍ୟ ଉଚ୍ଚ ଶିକ୍ଷା ବିଭାଗ ଚିଠି ନଂ-HE-GIA-1-Policy-0001-2022 ମାଧ୍ୟମରେ ସପ୍ତମ ବେତନ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା ବେଳେ ଅର୍ଥ ବିଭାଗ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିଛି । ରାଜ୍ୟ ସରାକର ୨୦୧୭ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଋରୀମାନଙ୍କ ପାଇଁ ସପ୍ତମ ବେତନ ଲାଗୁ କରିବା ସହ ବେତନ ସଂଶୋଧନ କରିସାରିଥିଲା ବେଳେ ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଋରୀମାନଙ୍କ ପାଇଁ ସପ୍ତମ ବେତନ ଘୋଷଣା ନ କରନ୍ତି ତେବେ ବାଧ୍ୟ ହୋଇ ସଂଘ ତରଫରୁ ଆଗାମୀ ପରୀକ୍ଷା ଓ ମୂଲ୍ୟାୟନ ବର୍ଜନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସଂଘର ସଭାପତି ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ଏକ ବିବୃତ୍ତିରେ ଘୋଷଣା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.