ଟିଟିଲାଗଡ଼ରେ ସନ୍ଥ ଶିରୋମଣୀ ଗୁରୁ ରବିଦାସଙ୍କ ୬୪୬ତମ ଜନ୍ମ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ ଟିଟିଲାଗଡ଼: ସ୍ଥାନୀୟ ରବିଦାସ ଭବନ ମେହେର ପଡାରେ ଟିଟିଲାଗଡ଼ ବ୍ଲକ ସ୍ତରୀୟ ସନ୍ଥ ଶିରୋମଣୀ ଗୁରୁ ରବିଦାସଙ୍କ ୬୪୬ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଲିତ ହେଇଯାଇଛି। ପ୍ରଥମେ ଦିନ ୧୧ଟାରେ କଳସ ଯାତ୍ରା ସହିତ ନଗର ଭ୍ରମଣ କରା ଯାଇଥିଲା। ଏନେଇ ଆୟୋଜିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ମ୍ୟୁନିସିପାଳିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ସମ୍ମାନିତ ଅତିଥି ଭାବରେ ଉପ-ନଗରପାଳ ପୁଷ୍ପା ମଞ୍ଜରୀ ଜାଲ, ୱାର୍ଡ ନମ୍ବର-୨ ୱାର୍ଡ ମେମ୍ବର ଚନ୍ଦ୍ରକାନ୍ତି ନାଗ, ବଲାଙ୍ଗୀର ଜିଲ୍ଲା ସତନାମୀ ସେବା ସଂଘ ସଭାପତି ହରିରାମ ସତନାମୀ, ମାନସୀ ସତନାମୀ, ଧନେଶ୍ୱର ସତନାମୀ, ମନୋଜ ଭରାସଗରିଆ, ସମାଜସେବୀ ସତ୍ୟ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶା ରବିଦାସ ସମାଜର ଉପ-ସଭାପତି ବିଜୟ କୁମାର ମେହେର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଅମରେନ୍ଦ୍ର ମେହେର, ଶଙ୍କର ମେହେର, ସମରେନ୍ଦ୍ର ମେହେର, କିଶୋର ମେହେର, ଶତୃଘନ ମେହେର ଓ ସମସ୍ତ କମିଟି ସଦସ୍ୟ ସହଯୋଗ କରିଥିଲେ। ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.