ନର୍ଲାରେ କୃଷକ ମେଳା ଅନୁଷ୍ଠିତ

ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ପଞ୍ଜିକରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମା ଆନୁକୂଲ୍ୟରେ କୃଷକ ମେଳା- ୨୦୨୩ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନ୍ତରାମ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ନର୍ଲା ଆତ୍ମା ଅଧ୍ୟକ୍ଷ ଆଲୋକ କୁମାର ଚାନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଏବିଡିଓ ଦେବେନ୍ଦ୍ର ସାମଲ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ, ବ୍ଲକ ଭେଟନାରୀ ଅଧିକାରୀ ବିଶ୍ୱରଞ୍ଜନ ପଧାନ, ସହକାରୀ ଉଦ୍ୟାନ ଅଧିକାରୀ ପ୍ରତିଭା ନାଏକ, ଏଓ ପରାସର ନାଏକ,ନର୍ଲା ମିଶନ ଶକ୍ତିର ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ, ଓପିକ୍ରା ର ମହିଳା ସଶକ୍ତିକରଣ ସଂଯୋଜକ ହେମସାଗର ସାହୁ ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ୨୦୦ରୁ ଉର୍ଦ୍ଧ୍ବ କୃଷକ ମାନଙ୍କୁ କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଗୁଡିକରେ ଚାଷୀ ମାନଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ବୁଝାଇବା ସହ ଚାଷ କାର୍ଯ୍ୟରେ ସରଳତା ଓ ସୁଗମତା ନିମନ୍ତେ ସରକାରଙ୍କ ତରଫରୁ ରିହାତିରେ ଉପଲବ୍ଧ ରହିଥିବା ବିଭିନ୍ନ କୃଷି ଉପକରଣ ଓ ଯନ୍ତ୍ରପାତି ଗୁଡିକ ବିଷୟରେ ବୁଝାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରିହାତିରେ ନୂତନ କୃଷି ଯନ୍ତ୍ରପାତି ଗୁଡିକ କ୍ରୟ କରିବା ପାଇଁ ଇଚ୍ଛୁକ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ନାମ ପଞ୍ଜିକରଣ କରାଯାଇଥିଲା । ଇତ୍ୟବସରରେ ମିଶନ ଶକ୍ତିର ୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆତ୍ମା ତରଫରୁ କୃଷି ଓ ଉଦ୍ୟାନ କୃଷି ନିମନ୍ତେ ୧୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

Udyog Nursery
Udyogi Nursery

ଉପସ୍ଥିତ ଚାଷୀ ମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସୂଚନା ରହିତ ଲିଫଲେଟ ଓ ନୂତନ ଜ୍ଞାନ କୌଶଳରେ ନିର୍ମିତ କୃଷି ଯନ୍ତ୍ରପାତି ଗୁଡିକ ବିଷୟରେ ବିଷଦ ବିବରଣୀ ଯୁକ୍ତ ଲିଫଲେଟ ସବୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ସମସ୍ତ ଏଓ, ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ସାଥି ଓ ଆଇସିଡିଏସ୍ ଷ୍ଟାଫ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ପ୍ରଥମ କରି ରାଜ୍ୟ ସରକାରଙ୍କ ତରଫରୁ ଏଭଳି ଏକ ବ୍ଲକ ସ୍ତରୀୟ କୃଷି ଭିତ୍ତିକ ଓ କୃଷକ ହିତକାରୀ କାର୍ଯ୍ୟକ୍ରମ ହେଉଥିବାରୁ ଚାଷୀ ମାନେ ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା । ରାଜ୍ୟର କୃଷକ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବ୍ଲକ ସ୍ତରୀୟ କୃଷକ ମେଳା ପରେ ଜିଲ୍ଲା ସ୍ତରୀୟ ଓ ଏହାପରେ ରାଜ୍ୟ ସ୍ତରୀୟ କୃଷକ ମେଳା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । କାର୍ଯ୍ୟକ୍ରମ ଶେଷରେ ଏଓ ପରାସର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.