ବୁର୍ଲାରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ବୁର୍ଲା: ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ବୁର୍ଲା ସତସଙ୍ଗ ବିହାର ଠାରେ ଅନୁଷ୍ଠିତ ହୋଇଯାଇଅଛି।  ସକାଳ ସମୟରେ ଉଷା କୀର୍ତ୍ତନ ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସୁସଜ୍ଜିତ ରଥ ନଗର ପରିକ୍ରମା କରିଥିଲେ। ସନ୍ଧ୍ୟାରେ ମାତୃ ସମ୍ମିଳନୀ ତଥା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆବାହକ କୈଳାଶ ମିଶ୍ର, ଇଶ୍ୱର ଚନ୍ଦ୍ର ଦାସ, ପ୍ରଦୀପ ଶତପଥି, ଆନନ୍ଦ ବେହେରା, ଅନିରୁଦ୍ଧ ସାହୁ, ସୁଶାନ୍ତ କୁମାର ନାୟକ, ଗୁରୁ ଭାଇ ଗୁରୁ ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପସ୍ଥିତ ସମସ୍ତ ଭକ୍ତ ଆନନ୍ଦ ବଜାର ପ୍ରସାଦ ସେବନ କରିଥିଲେ। ଏଥିରେ ବୁର୍ଲା ତଥା ଆଖ ପାଖ ଅଞ୍ଚଳରୁ ଶତାଧିକ ଭକ୍ତ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.